ସାଇବର କ୍ରାଇମ ଉପରେ ସଇଁତଲା ପୋଲିସର ସଚେତନତା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସାଇବର କ୍ରାଇମ ନେଇ ଦେଶ ତଥା ରାଜ୍ୟର ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ବିଶେଷ କରି ମହିଳା ବର୍ଗଙ୍କୁ ଅତ୍ୟାଧୁନିକ ଏଆଇ ଟେକନୋଲୋଜି ମାଧ୍ୟମରେ ଟାର୍ଗେଟ କରାଯାଉଛି। ଏହାକୁ ନେଇ ସଇଁତଲା ପୁଲିସ ପକ୍ଷରୁ ଆଇଆଇସି ରଶ୍ମିତା ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଏସଡିପିଓ ଯଶୋବନ୍ତ ପ୍ରଧାନୀ, ବଲାଙ୍ଗୀର ସାଇବର ଆଇଆଇସି ଭାରତୀ ନାଏକ, ଗଣ୍ଡପତ୍ରାପାଳି ସରପଞ୍ଚ ମନେଶ ସୁନା,ବଡ଼ମାଲ କାରଖାନା କର୍ମଚାରୀ ଦିଲୀପ ପଟ୍ଟନାୟକ, ଜ୍ୟୋତି ମୟ ପୂଝାରୀ ପ୍ରମୁଖଙ୍କ ଉପସ୍ଥିତରେ ବଡ଼ମାଳ ଗୋଳାବାରୁଦ କାରଖାନା ନିକଟରେ ଥିବା ଜୁନିଅର କ୍ଳବ ଠାରେ ବଡ଼ମାଲ କର୍ମଚାରୀ, ସ୍କୁଲ ଛାତ୍ର ଛାତ୍ରୀ ପ୍ରମୁଖଙ୍କ ଉପସ୍ଥିତରେ ସାଇବର ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ସାଇବର ଆଇଆଇସି ଶ୍ରୀମତୀ ନାଏକ ସାଇବର ଅପରାଧୀ କେବଳ ପକେଟରୁ ଟଙ୍କା ଲୁଟ କରୁନାହାନ୍ତି, ମିଥ୍ୟା ଫଟୋ ପୋଷ୍ଟ କରି ସମ୍ମାନହାନି କରୁଛନ୍ତି। ଏନେଇ କୌଣସି ସଂକୋଚ ନ କରି କେହି ସାଇବର କ୍ରାଇମର ଶିକାର ହେଲେ ତୁରନ୍ତ ନିଜ ପରିବାରବର୍ଗ ଏବଂ ପୁଲିସକୁ ଜଣାଇବାକୁ ଆଇଆଇସି ଅନୁରୋଧ କରିଥିଲେ। ଶେଷରେ ଗୋଳାବାରୁଦ କାରଖାନାର ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଦିଲୀପ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.