ଵିଦ୍ୟୁଲତା ନାଟିଆଙ୍କ ସ୍ମୃତି ଚାରଣ ସଭା

ଓଡ଼ିଆ ବାର୍ତ୍ତା/ କଟକ: ରାଣୀହାଟ ବଜାର ଗୋପାଳ ସାହି ପୂଜା କମିଟିର ପୂର୍ବତନ ସଭାପତି ମନୋରଞ୍ଜନ ନାଟିଆଙ୍କ ମାତା ତଥା ସରକାରୀ ପ୍ରେସର ଡେପୁଟି ଡାଇରେକ୍ଟର, ଓଡିଶା ଫୁଟବଲ ଆସୋସିସନର ପୂର୍ବତନ ସମ୍ପାଦକ, ହକି ଆସୋସିସନର ପୂର୍ବତନ ଉପ ସଭାପତି, କଟକ ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ସ୍ବର୍ଗତ ତ୍ରିଲୋଚନ ନାଟିଆଙ୍କ ଧର୍ମପତ୍ନୀ ଵିଦ୍ୟୁଲତା ନାଟିଆଙ୍କ ଏକାଦଶାହରେ ଏକ ସ୍ମୃତି ଚାରଣ ସଭା ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜାତିଷ୍ଠ ବେହେରା ଶଙ୍କର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ସାଙ୍ଗଠନିକ ସମ୍ପାଦକ ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରା, ସମ୍ମାନୀୟ ଅତିଥି ଭାବେ ବିକ୍ରାନ୍ତ କୁମାର ବେହେରା (ନୂଆପାଟଣା), ଅକ୍ଷୟ କୁମାର ବେହେରା (ରାଣୀହାଟ), ସୁବାଷ ଚନ୍ଦ୍ର ବେହେରା(ନୂଆପାଟଣା), ଶଙ୍କର ବେହେରା(ରାଣୀହାଟ) ଓ କଟକ ଯୁବ ଯାଦବ ମହାସଭାର ସମ୍ପାଦକ ପ୍ରୀତିରଞ୍ଜନ କାଠୁଆ ପ୍ରମୁଖ ସ୍ବର୍ଗତ ଅମର ଆତ୍ମାର ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ବର୍ଗତ ଵିଦ୍ୟୁଲତା ନଟିଆଙ୍କ ପୁତ୍ର ମନୋରଞ୍ଜନ ନାଟିଆ, ତାପସ କୁମାର ନାଟିଆ, କନ୍ୟା ଗାୟତ୍ରୀ ନାଟିଆ, ଦିପ୍ତିମୟୀ ନାଟିଆ, ରଶ୍ମିତା ନାଟିଆ, ଇତିଶ୍ରୀ ନାଟିଆ, ତୃପ୍ତିମୟୀ ନାଟିଆ, ବୋହୁ ମମତା ନାଟିଆ, ଦୁଲାଳ ନାଟିଆ, ନାତୁଣୀ ଇ° ପ୍ରିୟମ୍ବଦା ନାଟିଆ, ନାତି ଅନମୋଲ ରତନ ନାଟିଆ ଓ ବିବେକ ରୋଶନ ନାଟିଆ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.