ରାୟଗଡ଼ା UGMIT ର ପୂର୍ବତନ HOD ଙ୍କ ବିରୋଧରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଓଡ଼ିଆ ବାର୍ତ୍ତା / ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାର ଉତ୍କଳ ଗୌରବ ବୈଷୟିକ ଶିକ୍ଷା ଅନୁଷ୍ଠାନ ରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା ପ୍ରଥମ ବର୍ଷର ଛାତ୍ରୀଙ୍କୁ ପୂର୍ବତନ HOD ଙ୍କ ଅସଦାଚରଣ ଅଭିଯୋଗ ନେଇ ଛାତ୍ରୀ ଜଣକ ନ୍ୟାୟ ପାଇଁ ଛାତ୍ର ଛାତ୍ରୀଙ୍କ ସହ ଫାଟକ ଆଗରେ ଧାରଣରେ ବସିଲେ | ଗତ ଦୁଇଦିନ ତଳେ ସିଭିଲ ଇଂଜିନିୟରରେ ଡିପ୍ଲୋମା କରୁଥିବା ପ୍ରଥମ ବର୍ଷର ଛାତ୍ରୀ HOD ଅସଦାଚରଣ କରିଥିବା ନିଜ ରୁମ ମେଟ କୁ ଜଣାଇବା ସହ ଅନୁଷ୍ଠାନର ପରିଚାଳନା କମିଟିଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ | କିନ୍ତୁ ଅନୁଷ୍ଠାନର ଅପମାନ ହେଉଥିବା ଯୋଗୁଁ ଘଟଣାଟିକୁ ଚପାଇ ଦେବା ପାଇଁ ଉଦ୍ୟମ ଜାରି ରଖିଥିବା କମିଟି ଛାତ୍ରୀକୁ ଜୋର ଜବରଦସ୍ତ ଫେରାଇ ନେବାକୁ ବାଧ୍ୟ୍ୟ କରାଯାଇ ଲିଖିତ ଅଭିଯୋଗକୁ ଚିରି ଦିଆ ଯାଇଥିଲା ବୋଲି ଛାତ୍ରୀ ପ୍ରକାଶ କରିଥିଲେ | ତେଣୁ ଆଜି ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଅନୁଷ୍ଠାନର ଫାଟକ ଆଗରେ ଧାରଣାରେ ବସି ପୂର୍ବତନ HOD ପ୍ରଦୀପ କୁମାର ତ୍ରିପାଠୀଙ୍କୁ ତୁରନ୍ତ ବହିଷ୍କାର କରି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଅଡ଼ି ବସିଥିଲେ | ଘଟଣା ସ୍ଥଳରେ ରାୟଗଡ଼ା ପୋଲିସ ପହଞ୍ଜି ବୁଝା ସୁଝା କରୁଥିବା ବେଳେ ଛାତ୍ର ଛାତ୍ରୀ ମାନେ ନିଜ ଜିଦରେ ଅଟଳ ରହିଥିଲେ | ତେଣୁ ପୋଲିସ ଅନୁଷ୍ଠାନ ଭିତରକୁ ଯାଇ ପୀଡିତା ଛାତ୍ରୀଙ୍କ ପାଖରେ ବସି ଏତଲା ଦେବାପାଇଁ ଅନୁରୋଧ କରିଥିଲେ | ତେବେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ ଆଗାମୀ ଦିନରେ କିପରି ନ୍ୟାୟ ପ୍ରଦାନ କରୁଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.