ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ କଲମପୁର ଥାନା ପକ୍ଷରୁ ଥାନା ଅଧିକାରୀ ବିଶ୍ୱମ୍ବର କହଁରଙ୍କ ପ୍ରତ୍ୟକ୍ଷ ତ୍ତ୍ଵାବଧାନରେ ରାଷ୍ଟ୍ରୀୟ ଏକତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲମପୁର ଅଞ୍ଚଳର ସମସ୍ତ ଯୁବପିଢ଼ି ଏକତ୍ରିତ ହୋଇ କଲମପୁର ନିର୍ମାଲ୍ୟ କ୍ଷେତ୍ରରୁ ଏକ ଗଣ ଦୌଡ ରେ ବାହାରି କଲମପୁର ଥାନା ପର୍ଯ୍ୟନ୍ତ ଯାଇଥିଲେ। ସକାଳ ୧୦ ଘଣ୍ଟା ସମୟରେ କଲମପୁର ଥାନାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଥାନା ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। କଲମପୁର ଥାନା ପୋଲିସ କର୍ମଚାରୀ ଏସଆଇ ଶିବ ଶଙ୍କର ମହାନ୍ତି, ଏଏସଆଇ ନାନକ ସାହୁ ଓ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।





