ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେ ସେଣ୍ଟର ବନ୍ଦ: ଗ୍ରାହକ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ୱୟଂ ସହାୟକ ଗୋଷ୍ଟି ର ଆର୍ଥିକ ବିକାଶ ନିମନ୍ତେ ସରକାର ଙ୍କ ଅନୁମୋଦନ କ୍ରମେ ୨୦୨୩ ମସିହାରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ସମୟ ରୁ ଏକ କାଫେ କୁ ଶକ୍ତି ମୟୀ ସ୍ୱୟଂ ସହାୟକ ଗୋଷ୍ଟି ବିଳାବାଡା କୁ ପରିଚାଳନା ଦାୟିତ୍ୱ ଦେଇଥିଲେ । ସେହି ଦିନଠାରୁ ସୁଲଭ ଦରରେ ସୁସ୍ଵାଦୁ ଏବଂ ଘରୋଇ ଖାଦ୍ୟ ପରଷି ଆସୁଥିଲା। ସବୁ ଠିକ ଠାକ ଚାଲିଥିଲା ଓ କାଫେ ମଧ୍ୟ ଭଲ ନାଁ କରି ବହୁ ଗ୍ରାହକ ମାନଙ୍କ ର ପ୍ରିୟ ହୋଇଥିଲା । କିନ୍ତୁ ଅଚାନକ କାଫେଟି ବନ୍ଦ ହେବା ଫଳରେ ପାଖାପାଖି ସରକାରୀ ଅଫିସର କର୍ମଚାରୀ ଓ ଅନ୍ୟାନ୍ୟ ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏକ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ବିଗତ ଦୁଇ ବର୍ଷ ଧରି ଚାଲିଥିବା କାଫେ କୁ ବର୍ତମାନ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ ଙ୍କ ନିର୍ଦେଶ କ୍ରମେ କାଫେ ଟି ବନ୍ଦ ହୋଇ ଯାଇଛି। ପରିଚଳନା କରୁଥିବା ଗୋଷ୍ଟି ର ସଦସ୍ୟା ଝୁଲି ଚନ୍ଦନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ତୁମ ନାମରେ ଅଭିଯୋଗ ଅଛି ଏଣୁ ତୁମେ କାଫେ ବନ୍ଦ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିର୍ଦେଶ ଦେଇଥିଲେ। କିନ୍ତୁ ଅଭିଯୋଗ ବିଷୟରେ ଆମ କୁ କିଛି ଜଣେଇ ନାହାନ୍ତି କିମ୍ବା ତାର ପ୍ରତିକାର ପାଇଁ ମଧ୍ୟ ଆମ ସହିତ ଆଲୋଚନା କରିନାହାନ୍ତି ବୋଲି ସଦସ୍ୟା ଝୁଲି ଚନ୍ଦନ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.