୬ ମାସ ହେଲା ଲାଖବାହାଲି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ

ଅଙ୍ଗନୱାଡ଼ି ପଦବୀ ଖାଲି, ବିପଦ ସଙ୍କୁଳ ଅବସ୍ଥାରେ କେନ୍ଦ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଆଦିବାସୀଙ୍କ ପାଇଁ ଉଭୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଥି ମଧ୍ୟରୁ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସମ୍ମନିତ ଶିଶୁ ବିକାଶ ଯୋଜନା ରହିଛି ହେଲେ ଲାଖବାହାଲି ଗାଁର ଅଙ୍ଗନୱାଡ଼ି କର୍ମୀ ଅବସର ନେଇଁ ୬ମାସ ବିତିଯାଇଥିଲେ ମଧ୍ୟ ଏବେ ଯାଏଁ ଖାଲି ପଡ଼ିଥିବା ଅଙ୍ଗନୱାଡ଼ି ପଦବୀ ପୂରଣ ହୋଇପାରିନାହିଁ। ଯାହାଦ୍ୱାରା ଶିଶୁଙ୍କ ପ୍ରାକ-ପ୍ରାଥମିକ ଶିକ୍ଷା ସମେତ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଅଣ୍ଡା ଛତୁଆ ଭଲି ବିଭିନ୍ନ ପୃଷ୍ଟିକର ଖାଦ୍ୟ ମିଲୁ ନ’ଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ମହିଳା ଓ ଶିଶୁ ବିକାଶ ଯୋଜନା ଅଧୀନରେ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ପ୍ରସୂତି ମହିଳା ଅଥବା ଜନ୍ମରୁ ତିନି ବର୍ଷ ଓ ତିନି ବର୍ଷରୁ ଛଅ ବର୍ଷର ଶିଶୁଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ରହିଥିବାବେଲେ ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଅବସର ନେବାପରେ ଦୀର୍ଘ ଛଅ ମାସ ହେବ ହିତାଧିକାରୀଙ୍କୁ ଠିକ ଭାବରେ ଉପଯୁକ୍ତ ସୁବିଧା ସେବା ମିଲୁ ନଥିବା ଅଭିଯୋଗ ହେଉଥିବା ବେଳେ ଦୀର୍ଘ ବର୍ଷ ହେବ ଅଙ୍ଗନୱାଡ଼ି କେନ୍ଦ୍ର ବିପଦ ସଂକୁଳ ଅବସ୍ଥାରେ ରହିଛି। କେତେବେଳେ କାହା ଉପରେ ଛାତ ଖସିପଡ଼ିବ ତାହା କହିହେବ ନାହିଁ। ଅଳ୍ପ ବର୍ଷା ହେଲେ ପାଣି ଝରିବା ସହ ଛାତଉପରୁ ଖସଡ଼ା ଖଣ୍ଡଖଣ୍ଡ ହୋଇ ତଳେ ଖସି ପଡୁଛି।ହେଲେ ପ୍ରଶାସନିକ ଅଧିକାରୀଙ୍କ ନଜର ପଡ଼ୁନି ଯାହାଦ୍ୱାରା ବିପଦ ପୂର୍ଣ୍ଣ ଛାତ ତଳେ ଶିଶୁଙ୍କ ଭବିଷ୍ୟତ ଗଡ଼ାହେଉଛି। ତେବେ ଯଥା ଶୀଘ୍ର ନୂତନ କୋଠା ସହ ଖାଲି ପଡିଥିଲା ଅଙ୍ଗନୱାଡି ପଦବୀ ପୂରଣ କରାଯାଉ ବୋଲି ନିବାସୀ ନିଆଲ, ମାର୍କଣ୍ଡ ସୁନା, ଦଶମୀ ନିଆଲ, ଅର୍ଜୁ ମାଝୀ, ଲାଞ୍ଜି ମାଝୀ, ଇନ୍ଦ୍ର ମାଝୀ, ଅର୍ଜୁନ ନିଆଲ, ସୁରମା ବାଗ, ସସ୍ମିତା ନାଏକଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଆମେ ଲାଞ୍ଜିଗଡ଼ ସମ୍ମନିତ ଶିଶୁ ବିକାଶ ଅଧିକାରୀଣୀ ନିରୁପମା ପଟ୍ଟନାୟକଙ୍କୁ ପଚାରିବାରୁ ଅନ୍ୟ ଗାଁର ଅଙ୍ଗନୱାଡ଼ି ସିଲେକସନ ଗୁଡ଼ାକ ଚାଲିଛି ସେଇଟା ସରିଲା ପରେ ସେହି ଗାଁ ପାଇଁ ମୁଁ ନୂତନ ଅଙ୍ଗନୱାଡ଼ି କର୍ମୀ ବିଜ୍ଞପ୍ତି ଜାରି କରିବି। ଏହି ବିଷୟରେ ମତେ ସେହି ଗାଁ ଲୋକ ମାନେ ଫୋନ୍ କରୁଛନ୍ତି। ସେଥିପାଇଁ
ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଆମେ ଚେଷ୍ଟିତ ଅଛୁ। ଆଉ କିଛି ଦିନ ଭିତରେ ହୋଇଯିବ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.