ନର୍ଲାର ଯୁବ ନେତା ଯଶୋବନ୍ତ ପୁଝାରୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଯୁବ ନେତା ଯଶୋବନ୍ତ ପୁଝାରୀଙ୍କ ରବିବାର ପୂର୍ବାହ୍ନ ୧୦.୧୩ ସମୟରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥତା ଅନୁଭବ କରୁଥିଲେ। ଏଥିପାଇଁ ଅନେକ ଥର ଭୁବନେଶ୍ଵର ଡାକ୍ତରଖାନା ନେଇ ତାଙ୍କୁ ଚିକିତ୍ସା ମଧ୍ଯ କରଯାଇଥିଲା। ଗତ ସପ୍ତାହରେ ଘରେ ପାଦ ଖସି ଯିବାରୁ ତଳେ କଚାଡ଼ି ହୋଇ ପଡି ଯାଇଥିଲେ ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା। ସେଥିପାଇଁ ସେ ଚିକିତ୍ସିତ ହେଉଥିଲେ। ରବିବାର ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ପାଖର ତାଙ୍କ ବାପା ଯୁଧିଷ୍ଠିର ପୁଝାରୀ, ମାଆ, ବଡ ଭାଇ ସୁମନ୍ତ ପୂଝାରୀ, ତାଙ୍କ ସହ ଧର୍ମିଣୀ, ପୁଅ, ପୁତୁରା ଓ ଝିଆରୀ ଉପସ୍ଥିତ ଥିଲେ। ସେ ଜଣେ ଭଲ ଫୁଟବଲ ଖେଳାଳୀ ଥିଲେ। ବିଜେଡ଼ି ଦଳର ଜଣେ ସକ୍ରୀୟ କର୍ମକର୍ତ୍ତା ତଥା ଯୁବ ନେତୃତ୍ଵ ରହିଥିଲେ। ତାଙ୍କ ମୃତ୍ୟୁରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ତନୁଜା ହରପାଲ, ନର୍ଲା ବେଡମିଣ୍ଟନ ଏସୋସିଏସନର ସଭାପତି ସୁବୋଧ ମିଶ୍ର ଏବଂ ସମସ୍ତ ସଦସ୍ୟ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.