ମ.ରାମପୁର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଅବସରରେ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ମାନଙ୍କ ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ବର୍ଗତ ଗୁରୁନାଥ ସାହୁ ଓ ସ୍ବର୍ଗତ ପଦ୍ମାବତୀ ସାହୁଙ୍କ ଦ୍ଵାରା ନିର୍ମିତ ମ.ରାମପୁର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନବ ନିର୍ମିତ ଶିବ ମନ୍ଦିର, ହନୁମାନ ମନ୍ଦିର, ଅରୁଣ ସ୍ତମ୍ଭ ପ୍ରତିଷ୍ଠା ଓ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି କେଦାର ମହାରଣା ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜଗନ୍ନାଥ ମନ୍ଦିରରୁ ଘଣ୍ଟ, କୀର୍ତ୍ତନ, ଘୁମୁରା ଦଳ ସହିତ ଶୋଭା ଯାତ୍ରାରେ ବାହାରି ବୁରାଟ ନିକଟସ୍ଥ ଉତେଇ ନଦୀରୁ ଗଙ୍ଗା ବରଣ ଓ ପୂଜାର୍ଚ୍ଚନା ପରେ ଘଣ୍ଟ ଘଣ୍ଟା, କୀର୍ତ୍ତନ, କଳାହାଣ୍ଡି ଜିଲ୍ଲାର ବୀର ବାଦ୍ୟ ଘୁମୁରା ଓ ବ୍ରାହ୍ମଣ ମାନଙ୍କ ବେଦ ଧ୍ଵନୀରେ ଦୁଇ ଶହରୁ ଉର୍ଦ୍ଧ୍ବ ମହିଳା ମାନେ ଜଳ ଭର୍ତ୍ତି କଳସ ଧରି ଜଗନ୍ନାଥ ମନ୍ଦିର ପରିସରରେ ଥିବା ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ସନ୍ଧ୍ୟା ଆଳତି ଓ ଆକାଶ ଦୀପ ଉଠିବା ପରେ ଅଙ୍କୁର ରୋପଣ ଓ ଅଧିବାସ ପୂଜା ହୋଇଥିଲା। ଅରୁଣ ସ୍ତମ୍ଭ କର୍ତ୍ତା ରାଜେନ୍ଦ୍ର ସାହୁ ଓ ବାସନ୍ତୀ ସାହୁ, ଶିବ ମନ୍ଦିର ପ୍ରତିଷ୍ଠାର କର୍ତ୍ତା ରବି ବାଗ ଓ ତାଙ୍କ ଧର୍ମ ପତ୍ନୀ ଭାଗ୍ୟଶ୍ରୀ ବାଗ ଏବଂ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କର୍ତ୍ତା ଭାବେ ନିରଞ୍ଜନ ସାହୁ ଦମ୍ପତି ଦାୟିତ୍ଵ ନିର୍ବାହ କରିଥିଲେ। ମନ୍ଦିର ପୂଜକ ଅଶୋକ ତ୍ରିପାଠୀ, ରାଜ ପୁରୋହିତ ତ୍ରିଲୋଚନ ଦାସ, ପଣ୍ଡିତ ଶ୍ରୀଯୁକ୍ତ ମିଶ୍ର ଓ ଶ୍ରୀଯୁକ୍ତ ନନ୍ଦ ପୂଜନକାର୍ଯ୍ୟ ସମ୍ପାଦନ କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଦୀପ ଯଜ୍ଞର କର୍ତ୍ତା ପାଇଁ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ନବୀନ ଅଗ୍ରୱାଲଙ୍କ ଗୃହକୁ ଯାଇ ପୂଜାର୍ଚ୍ଚନା ପରେ କର୍ତ୍ତା ବରଣ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ହେମନ୍ତ ସାହୁ, ରମାକାନ୍ତ ପ୍ରହରାଜ, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ଶିବରାମ ସାହୁ, ବିନୋଦ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, ଧୀରେନ୍ଦ୍ର, ସୁନ୍ଦର ସିଂ ପୋଡ଼, ଦୀପକ, ଜୟନ୍ତୀ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.