ମାନବ ଅଧିକାର ମିଶନ ଗଂଜାମ ଜିଲ୍ଲା ଶାଖା ତରଫରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ତାରାତାରିଣୀ ମନ୍ଦିରପାଦ ଦେଶରେ ଥିବା ଏକ କଲ୍ୟାଣୀ ମଣ୍ଡପ ରେ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ “ମାନବ ଅଧିକାର ମିଶନ ‘ କର୍ମୀ ସମ୍ମିଳନୀ ଏହିସଂସ୍ଥା ର ଜିଲ୍ଲା ସଭାପତିଶ୍ରୀଯୁକ୍ତ ଲୋକନାଥ ତ୍ରିପାଠୀ ଓ ଜିଲ୍ଲା ସମ୍ପାଦକଶ୍ରୀଯୁକ୍ତ ବିଜୟୀ କୁମାର ତ୍ରିପାଠୀ ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବରଓଡିଶା ଉଚ୍ଚ ନ୍ୟାୟାଳୟ, ଙ୍କ ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ପଦ୍ମ ଚରଣ ପଟ୍ଟନାୟକ ଯୋଗଦେଇଥିଲେ ଏବଂ ସମ୍ମାନୀୟ ଅତିଥି ଭାବେ ଶ୍ରୀଯୁକ୍ତ ଶରତ କୁମାର ନାହାକ ” NFITU & HMKP “କେନ୍ଦ୍ରୀୟ ଶ୍ରମିକ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ , ଶ୍ରୀଯୁକ୍ତ ସୁମନ୍ତ କୁମାର ଚର୍ଚ୍ଚୀ, ଶିକ୍ଷକ ତଥା ବିଶିଷ୍ଟ ସାମାଜିକ କର୍ମୀ , ଶ୍ରୀଯୁକ୍ତ ରାଜୀବ ବିଷୋୟୀ, ଆଇନଜୀବି ମଞ୍ଚାସିନ ହୋଇଥିଲେ । ଉକ୍ତ ସଭାରେ ସଂଗଠନର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲୋକନାଥ ତ୍ରିପାଠୀ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ମହୋଦୟ ଉପସ୍ଥିତ କର୍ମୀମାନଙ୍କୁ ମାନବ ଅଧିକାର ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଏହାର ସଠିକ୍ କାର୍ଯ୍ୟକାରିତା / ନାଗରିକଙ୍କ ଅଧିକାର,କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଅନ୍ୟତମ ଅତିଥି ଶରତ ନାହାକ ଆଗାମୀ ଦିନରେ ସମାଜରେ ଅବହେଳିତ ଓ ନିଷ୍ପେସିତ ହୋଇ ନ୍ୟାୟ ପାଉନଥିବା ଗରିବ ଜନ ସାଧାରଣ ଏବଂ ବିଶେଷକରି ପ୍ରବାସୀ ଶ୍ରମିକ, ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ମାନବ ଅଧିକାର ମିଶନ ଦୃଷ୍ଟି ଦେବାପାଇଁ ଗୁରୁତ୍ୱାରୋପ କରିଥିଲେ | ସମାଜସେବୀ ଶ୍ରୀଯୁକ୍ତ ଚର୍ଚି ମହୋଦୟ ରକ୍ତଦାନ ଓ ଏହାର ଉପକାରିତା ଏବଂ ସୁସ୍ଥ ସମାଜର ଗଠନ ଦିଗରେ ବିବୃତି ରଖିଥିଲେ । ଆସନ୍ତା ଦିନରେ “ମାନବ ଅଧିକାର ମିଶନ” ର କାର୍ଯ୍ୟକୁ ପଞ୍ଚାୟତ ସ୍ତରକୁ ପହଞ୍ଚାଇବା ସହ ଅବହେଳିତ, ପୀଡ଼ିତ ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଉଦ୍ୟମ କରିବାକୁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଆଗ୍ରହ ପ୍ରକାଶ କରିଥିଲେ । ପରିଶେଷରେ “ମାନବ ଅଧିକାର ମିଶନ” ମୁଖ୍ୟ କାର୍ଯ୍ୟାଳୟ ନୂଆଁ ଦୀଲ୍ଲିସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ମନୋନୀତ ହୋଇଥିବା କାର୍ଯ୍ୟକର୍ତ୍ତା ଶ୍ରୀ ବିଶ୍ବରଂଜନ ପଣ୍ଡା ,ଶ୍ରୀ ଅଶୋକ କୁମାର ବିଶ୍ଵାଳ, ଶ୍ରୀ ସୁଦାମ ସାହୁ, ଶ୍ରୀ ରବିନାରାୟଣ ପାଣିଗ୍ରାହି, ବିଶ୍ୱ ରଞ୍ଜନ ବେହେରା, ରବୀନ୍ଦ୍ର କୁମାର ପଣ୍ଡା ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସେମାନଙ୍କ ପରିଚୟପତ୍ର ଅତିଥି ମାନଙ୍କ ହସ୍ତରୁ ଗ୍ରହଣ କରିଥିଲେ । ସମାଜ ସେବୀ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ସାହୁ ଏହି ସଭା ଆୟୋଜନ ଓ ପରିଚାଳନା ନିମନ୍ତେ ସହଯୋଗ କରିଥିଲେ । ସର୍ବଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ଶ୍ରୀଯୁକ୍ତ ତ୍ରିପାଠୀ ସଭା ସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.