୩୩ତମ ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ ଏବଂ ଶ୍ରୀମଦ ଭାଗବତ କଥା ମହୋତ୍ସବର ପ୍ରଥମ ଦିବସ

ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି (ଜଗନ୍ନାଥ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶିର୍ଲୋ ବରହମପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ୩୩ତମ ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ ଓ ଶ୍ରୀମଦ ଭାଗବତ କଥା ମହୋତ୍ସବର ପ୍ରଥମ ଦିବସ ସୋମବାର ଦିନ ମହାସମାରୋହ ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନଭେମ୍ବର ୫ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ହୁଳହୁଳି, ଶଙ୍ଖ ପ୍ରତିଯୋଗିତା, ଶ୍ରୀମଦ ଭଗବତ ଗୀତା ଆବୃତ୍ତି, ଛୋଟ ଛୋଟ ପିଲାଙ୍କ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ ପ୍ରଦୀପ୍ତ ଆଚାର୍ଯ୍ୟ। ବିଚାରକ ମଣ୍ଡଳୀରେ ପ୍ରଭାତ କିରଣ ମିଶ୍ର, ଅରୁଣ କୁମାର ରାଉତ, ଅଶୋକ କୁମାର ସ୍ୱାଇଁ, ପ୍ରମୁଖ ପିଲାମାନଙ୍କ ପ୍ରତିଭାକୁ ନିରୀକ୍ଷଣ କରିଥିଲେ। ସନ୍ଧ୍ୟାରେ ସରସ୍ବତୀ ଡାନ୍ସ ଗ୍ରୁପ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ମଙ୍ଗଳବାର ଆହୁରି ଅନେକ କାର୍ଯ୍ୟକ୍ରମ ଅଛି ବୋଲି ଆବାହକ ରଘୁନାଥ ଚୌଧୁରୀ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.