ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଲା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ରାମେଶ୍ୱର ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବୟସ ବର୍ଗ ନିର୍ବିଶେଷରେ ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ ।

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଏସ୍‌ପି କେ.ହରି ପ୍ରସାଦ, ଅବକାରୀ ଅଧୀକ୍ଷକ ପ୍ରବୀର ସାମଲ, ଡିପିଏମ୍ ଶ୍ରୀ ରୂପକ ଓ ଏବଂ ପ୍ରଫେସର ଏଚ.କେ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଫେସର ଏଚ.କେ ପ୍ରଧାନଙ୍କ ଦ୍ୱାରା ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କୁ ଏକ ସ୍ମାରକୀ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଶ୍ରେଷ୍ଠ ସ୍ମାସର (Best Smasser) ପୁରସ୍କାର ଏଏସ୍‌ପି କେ. ହରି ପ୍ରସାଦଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ଡିଫେଣ୍ଡର (Best Defender) ପୁରସ୍କାର ଶ୍ରୀ ଖଟୁଆ ଙ୍କୁ ମିଳିଥିଲା । ଶ୍ରେଷ୍ଠ ଖେଳାଳି (Best Player) ଭାବେ ଶିବୁ ପରମଗୁରୁ ପୁରସ୍କୃତ ହୋଇଥିଲେ । ସୋନପୁରରେ ବ୍ୟାଡମିଣ୍ଟନ କ୍ଷେତ୍ରକୁ ତାଙ୍କର ଅବଦାନ ପାଇଁ ପ୍ରଫେସର ପ୍ରଧାନଙ୍କୁ ଆଜୀବନ ସମ୍ମାନ (Lifetime award) ପ୍ରଦାନ କରାଯାଇଥିଲା ।

ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ଚମ୍ପିଅନ୍ ହୋଇଥିବା ଶିବୁ ଓ ପାପୁନ୍‌ ଙ୍କ ଯୋଡ଼ି ଚାମ୍ପିଅନ୍ ଘୋଷିତ ହୋଇଥିବା ବେଳେ କେ.ହରି ପ୍ରସାଦ, ଏଏସ୍‌ପି ଏବଂ ପ୍ରବୀର ସାମଲ, ଅବକାରୀ ଅଧୀକ୍ଷକଙ୍କ ଯୋଡ଼ି ରନର୍ସ ଅପ୍ ହୋଇଥିଲେ । ସମାପନୀ ଓ ଉଦ୍‌ବୋଧନ ରେ ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟକ ବ୍ୟାଡମିଣ୍ଟନ ପ୍ରେମୀ ଉପଭୋଗ କରିଥିଲେ ।

ମ୍ୟାଚ୍ ପରିଚାଳନା ଦାୟିତ୍ୱ ଆଶିଷ ବାବୁ ଏବଂ ପୂର୍ବତନ ସେନା କର୍ମଚାରୀ ଏଚ.ଜି ଆଚାର୍ଯ୍ୟ ତୁଲାଇଥିବା ବେଳେ ଶ୍ରୀ ଆଚାର୍ଯ୍ୟ ମଞ୍ଚ ପରିଚାଳନା ମଧ୍ୟ କରିଥିଲେ। ଶେଷରେ ମୁଖ୍ୟ ଅତିଥି ଏସପି ନାରାୟଣ ନାୟକ ଯୁବଗୋଷ୍ଠୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହେବାକୁ ପ୍ରେରଣା ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.