କୁମାରଗୁଡ଼ା ବୁଢ଼ାରଜା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ସ୍ଥିତ କୁମାରଗୁଡ଼ା ଠାରେ ବୁଢ଼ାରଜା ବାର୍ଷିକ ମହୋତ୍ସବ ପାଇଁ ବୁଢ଼ାରଜା ୟୁଥକ୍ଲବ୍ ସଭାପତି ରାମଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୁଢ଼ାରଜା ମହୋତ୍ସବ ୭ ଦିନ ଧରି ହେବାକୁ ଥିବା ବେଳେ ପ୍ରଥମ ଦିନରେ ଭବ୍ୟ କଳସ ଶୋଭାଯାତ୍ରା ପ୍ରତିବର୍ଷ ଭଳି ମିନାବଜାର, ଅରକେଷ୍ଟା, ରେକରଡ୍ୟାନ୍ସ, ଲୋକନୃତ୍ୟ ଭଲି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆଲୋଚନା ହୋଇଥିବା ବେଳେ ପରବର୍ତ୍ତୀ ବୈଠକରେ ଉତ୍ସବ ତାରିଖ ଧାର୍ଯ୍ୟକରାଯିବ ବୋଲି ବୁଢାରଜା କ୍ଳବ୍ ପକ୍ଷରୁ ସୂଚନା ମିଳିଛି। ପ୍ରତ୍ୟେକ ବର୍ଷ ବୁଢାରଜା ମହୋତ୍ସବ ଯାତ୍ରା ପଡିଆ ଜନସମୁଦ୍ର ପାଲଟୁ ଥିବାବେଳେ ଏହାକୁ ଦୃଷ୍ଟିରେରଖି ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ଦର୍ଶକ ମାନଙ୍କ ଶୃଙ୍ଖଳିତ ପାଇଁ ବ୍ୟାପକ ଭାବରେ ବନ୍ଦବସ୍ତ କରାଯିବା ସହିତ କେମିତି ଉତ୍ସବ ସୁରୁଖୁରୁରେ ଶେଷହେବ ଓ ଦର୍ଶକ ମାନେ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ତେବେ ଏହି ବର୍ଷକୁ ଯୋଡ଼ିଲେ କୁମାର ଗୁଡା ବୁଡ଼ାରଜା ମହୋତ୍ସବ ୧୪ ବର୍ଷରେ ପଦାର୍ପଣ କରିବ ବୋଲି ବୁଢ଼ାରାଜ ସଂସ୍କୃତି ଅନୁଷ୍ଠାନ ୟୁଥକ୍ଲବ ପକ୍ଷରୁ ସୂଚନା ମିଳିଛି। ଉକ୍ତ ବୈଠକରେ ଉପସଭାପତି ହରିଚନ୍ଦ୍ର ସାହୁ,ସମ୍ପଦକ ଈଶ୍ଵର ବାଗ,ସହସମ୍ପାଦକ ସୁମନ୍ତ ନାଏକ,ପ୍ରୋଗ୍ରାମ ମେନେଜର ବିସ୍ମ ମାଝୀ,ପ୍ରୋଗ୍ରାମ ଡିଜାଇନର ଧନିଆଁ ନାଏକ, ରାମତୁ ମାଝୀ, କୋକିଳ ନାଏକ, ଶିବରାମ ନାଏକ,ରବୀନ୍ଦ୍ର ନାଏକ,ରମେଶ ନାଏକ,ରାଜେଶ ନାଏକ,ଦୟା ରାମ ସାହୁ,ଗିରି ଲାଲସି,ଆମର ଲାଲସି,ରାମଚନ୍ଦ୍ର ମୁଣ୍ଡଛିନା, ସୁବାସ ନାଏକ, ସୁଶାନ୍ତ ନାଏକ ସାମ୍ବାଦିକ ତୁଳସୀ ରାମ ପ୍ରଧାନୀ ସମେତ ବୁଢ଼ାରଜା ୟୁଥ୍ କ୍ଲବର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.