ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଅନୁଷ୍ଠିତ ହେଲା ‘ଏକବିଂଶ ଶତାବ୍ଦୀର ନାରୀ ଓ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଏକବିଂଶ ଶତାବ୍ଦୀର ନାରୀ ଆଉ ଲତାଟିଏ ହୋଇ ରହିନାହିଁ। ପୁରୁଷ ସହିତ କାନ୍ଧରେ କାନ୍ଧ ମିଳାଇ ପାଖାପାଖି ଦୁଇଟି ଦ୍ରୁମ ସଦୃଶ ବଢ଼ି ଚାଲିଛି। ସାହିତ୍ୟ କ୍ଷେତ୍ରରେ ବି ନାରୀ ଆଜି ସମଗ୍ର ଦେଶ ତଥା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିପାରିଛି। ଏହି ବୈଷୟିକ ଯୁଗରେ ପୃଥିବୀ କ୍ରମଶଃ ସଂକୁଚିତ ହେବାରେ ଲାଗିଛି। ସାରସ୍ୱତ ସାଧକମାନେ ସଂକୀର୍ଣ୍ଣ ମନୋଭାବ ପରିହାର କରି ପରସ୍ପରକୁ ପ୍ରେରଣା ଓ ଉତ୍ସାହ ଯେଗାଇଲେ ଓଡ଼ିଆ ସାହିତ୍ୟ ବି ବିଶ୍ୱଦରବାରେ ନିଜକୁ ପ୍ରତିଷ୍ଠା କରିପାରିବ ବୋଲି ‘ଓଡ଼ିଆ ଭାଷା ବିକାଶ’ (OBBA) ଆନ୍ଦୋଳନ ପକ୍ଷରୁ ଆୟୋଜିତ ‘ଏକବିଂଶ ଶତାବ୍ଦୀର ନାରୀ ଓ ସାହିତ୍ୟ’ ଶୀର୍ଷକ ଏକ ଆଲୋଚନା ଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।OBBA ଅନୁଷ୍ଠାନର ବରିଷ୍ଠ ସଦସ୍ୟା ତଥା ସାରସ୍ୱତ ସାଧିକା ସୁଶ୍ରୀ ଅରୁଣା ରାୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବରିଷ୍ଠ କବୟିତ୍ରୀ ଯଶୋଧାରା ଦାସ, ପ୍ରତିମା ପଣ୍ଡା, ଗୀତାଞ୍ଜଳି ଶତପଥୀ ଓ କଲ୍ୟାଣୀ ନନ୍ଦ ବକ୍ତା ଭାବରେ ଯୋଗ ଦେଇ ଭାରତବର୍ଷର ମହୀୟସୀ ନାରୀ ଓ ସାରସ୍ୱତ ସାଧିକାଙ୍କ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କବୟତ୍ରୀ ଜ୍ୟୋତ୍ସ୍ନା ରାୟ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଯୁଗ୍ମ ସଂପାଦିକା ଶାନ୍ତିଲତା ପଣ୍ଡା ସଂପାଦକୀୟ ବିବରଣୀ ରଖିଥିଲେ। ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଶେଷକଥା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ହେମମାଳା ଦାଶ, ଶରଦ କୁମାର ମହାପାତ୍ର, ଡକ୍ଟର ରମାକାନ୍ତ ବେହେରା, ହେମେନ୍ଦ୍ର ମହାପାତ୍ର, ନିବାରଣ ଜେନା, ତପନ ରାୟ, ଦୀପକ ବୋଷ, କବିତା ଜେନା, ଶାନ୍ତି ବିଶି, ରମାକାନ୍ତ ମହାନ୍ତି, ଜୁମରନାଥ ପାତ୍ର, ପୁଷ୍ପଲତା ଚକ୍ରବର୍ତ୍ତୀ, ବିଦ୍ୟାଧର ସାହୁ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.