ଧରପଗଡ଼ରେ କଂସ ଦରବାର

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ରେ ୧୦୯ତମ କାର୍ତିକ ମହୋସ୍ୱବ ଉପଲକ୍ଷେ କଂସ ଦରବାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ୪ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଧରପଗଡ଼ ଗାଁ ପୁରା ମଥୁରା ନଗର ପାଳଟି ଥିଲା। ମୁଖ୍ୟଅତିଥି ଭାବରେ ବ୍ଲକ ଉପଧକ୍ଷ ଗୁଣ ସାଗର ମାଝୀ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପଣ୍ଡା, ଗଣ୍ଡପତ୍ରାପାଳି ସରପଞ୍ଚ ମନେଶ ସୁନା, ଅମିତ ଦୀପ ସମାଜସେବୀ ଗାରଗବର ପ୍ରସାଦ ବଗର୍ତ୍ତୀ, ସମିତି ସଭ୍ୟ ରମାକାନ୍ତ ରଣା, ବରିଷ୍ଠ ସମ୍ପାଦିକ ପ୍ରମୋଦ ସେଲମା ଓ ଗୋକୁଳା ନନ୍ଦ ବଗର୍ତ୍ତୀ, ପୂର୍ବତନ ସରପଞ୍ଚ ଡ଼ିକି କୁଅର, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ପଣ୍ଡା, ରାଜକୁମାର ବିଶି, ବଚୁ ସିଂ ବାବୁ ପ୍ରମୁଖ ମଞ୍ଚାସିନ ଥିଲେ। ରାଜନେତା ଓ ଗାଁର ପୁରାତନ କଲାକାର ମାନଂକୁ ସମ୍ମାନିତ ମଧ୍ୟ୍ୟ କରାଯାଇଥିଲା। ସଭାପତି ଆନନ୍ଦ ଠାକୁର, ଉପସଭାପତି ସଂଜୀବ ଠାକୁର, ସମ୍ପାଦକ ଭୋଳା ସିଂ ବାବୁ, କୋଷାଧକ୍ଷ ଅମିତ ଚନ୍ଦନ, ମିନୁ ସାହୁ, ନବ ସାହୁ, ମୁନୁ ସିଂ ବାବୁ, ନିରଞ୍ଜନ ବିଶ୍ୱାଳ, ସୁରୁକାନ୍ତ ଚିନ୍ଦା, ରତ୍ନାକର ଭାଟି, ବୁଡ଼ୁ ରାଉତ, ବିଜୟ ବିଶି, ଆମର ଯୋଶୀ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଧୂବଚରଣ ଚିନ୍ଦା ଓ ଆର୍ତ୍ତତ୍ରାଣ ପଣ୍ଡା। ପ୍ରାତଃ ସମୟରେ କୃଷ୍ଣ ବଳରାମଙ୍କୁ ନେଇ ନଗର ପରିକ୍ରମା କରାଯାଇ କଂସ ବଧ୍ କରିଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.