ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ କେଓମାଲ ଖେଳ ପଡ଼ିଆରେ ଯୁରାବନ୍ଧ ଟେନିସ କ୍ରିକେଟ ଲିଗ ଆନୁକୂଲ୍ୟରେ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି | ଟୁର୍ନାମେଣ୍ଟ ୬ ଦିନ ଧରି ଚାଲିଥିଲା | ଖୁସି ଏକାଦଶ ଓ ଆଂଶୀ ଏକାଦଶ ମଧ୍ୟରେ ଉଦଯାପନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା | ଖୁସି ଏକାଦଶ ନିର୍ଦ୍ଧାରିତ ୮ ଓଭରରେ ୮ ଉଇକେଟ ବିନିମୟରେ ୭୮ ରନ କରିଥିଲେ | ଜବାବରେ ଆଂଶୀ ଏକାଦଶ ୮ ଓଭରରେ ୮ ଉଇକେଟ ବିନିମୟରେ ୮୫ ରନ କରି ଚାମ୍ପିଅନ ହୋଇଥିଲେ | ସୁନୀଲ ବେହେରା, କୀର୍ତ୍ତୀ ମଲ୍ଲିକ ଖେଳ ପରିଚାଳନା କରିଥିଲେ | ପୁରସ୍କାର ବିତରଣୀ ସଭାରେ ବିଜେପି ନେତା ମୋହନ ନାଏକ ମୁଖ୍ୟ ଅତିଥି, ବିଦୁର କରନ, ମହେନ୍ଦ୍ର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ | ପପୁନ ପଧାନ, ରବୀନ୍ଦ୍ର ନାଗ, ବିରଞ୍ଚି ଭାଟି, ରଞ୍ଜିତ ବାଗ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |





