ଅଜଣା ରୋଗରେ ସସ୍ମିତା: ସରକାରୀ ସହାୟତା ଅପେକ୍ଷାରେ ପରିବାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ଦୋରାସାର୍ଲି ଗାଁର ଶୁକନାଭଟା ପଡ଼ାର ଅତ୍ୟନ୍ତ ଗରିବ ଖଟିଖିଆ ଶ୍ରେଣୀର ୨୧ ବର୍ଷୀୟ ସସ୍ମିତା ସାହୁ ମାରାତ୍ମକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ପରିବାର କହିଲେ ମାଁ ସେମନ୍ତି ସାହୁ ଓ ସ୍ୱାମୀ ନରେନ୍ଦ୍ର ସାହୁ ତିନି କୁଟୁମ୍ବ ହସଖୁସିରେ କୁଳି ମଞ୍ଜୁରୀ କରି ଚଲିଆସୁଥିବା ବେଳେ ହଟାତ ସତେ ଯେମିତି ପରିବାରକୁ କଳା ବାଦଲ ଢାଙ୍କି ଦେଇଛି। ସସ୍ମିତାକୁ ଡାହାଣ ଗୋଡ଼ରେ ସାମନ୍ୟ ବଥ ବାହାରି ଥିଲା, ହେଲେ ଏତେବଡ଼ ମାରତ୍ମକ ରୋଗ ହେବ ବୋଲି କେହିଁ ଜାଣି ନଥିଲେ। ସ୍ୱାମୀ ନରେନ୍ଦ୍ର ଯାହା ସଞ୍ଚିତ ଅର୍ଥ, ସୁନା ଘହଣା ଧାର କରଜ କରି ଭବାନୀପାଟଣା ମୁଖ୍ୟ ଡାକ୍ତଖାନା ସମେତ ବିଭିନ୍ନ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ହେଲେ ଅର୍ଥ ଅଭାବ ଯୋଗୁଁ ସସ୍ମିତାଙ୍କୁ ଭଲ ଚିକିତ୍ସା କରାଇ ପାରି ନଥିଲେ ଫଳରେ ଏବେ ସସ୍ମିତା ୬ମାସ ହେବ ମରଣ ସହ ସଂଘର୍ଷ କରି ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି। ତାଙ୍କୁ ଉଚ୍ଚ ଚିକିତ୍ସାରେ ଅର୍ଥ ବାଧକ ସାଜୁଥିବାରୁ ରୋଗୀଣା ସ୍ତ୍ରୀଙ୍କୁ ଛାଡି ସ୍ୱାମୀ ଏବେ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ଏପଟେ ସ୍ତ୍ରୀ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ତେବେ ଏମାନଙ୍କୁ ସରକାରୀ ସୁବିଧା କହିଲେ ରାସନ‌କାର୍ଡରେ ମାତ୍ର ୧୦ କିଲୋ ଚାଉଳ ମିଳୁଥିବା ବେଳେ ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟକାର୍ଡ ହୋଇପାରି ନାହିଁ। ଯାହାଦ୍ୱାରା ଉଚ୍ଚ ଚିକିତ୍ସାରେ ପ୍ରତିବନ୍ଦକ ଲାଗୁଥିବା ବେଳେ ସ୍ଵାସ୍ଥ୍ୟକାର୍ଡ ପାଇଁ କେବଳ ପ୍ରତିଶ୍ରୁତି ମିଳୁଛି ବୋଲି କୋହଭରା କଣ୍ଠରେ ପରିବାର ଅଭିଯୋଗ ଆଣିଛନ୍ତି। ଏହି କାର୍ଡ ମିଳିଲେ କୌଣସି ବଡ଼ ଡାକ୍ତରଖାନା ଯାଇ ଉଚ୍ଚ ଚିକିତ୍ସା ପାଇପାରନ୍ତେ ବୋଲି ଗ୍ରାମବାସି କହୁଥିବା ବେଳେ ପରିବାର ପାଇଁ ନିହାତି ସରକାରୀ ସହାୟତା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ସସ୍ମିତାଙ୍କ ଉତ୍ତମ ଚିକିତ୍ସା ପାଇଁ ସହାୟତା ଯୋଗାଇବାକୁ ସରକାର, ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ, ସମାଜସେବୀ ବ୍ୟକ୍ତିବିଶେଷଙ୍କୁ ପରିବାର ସମେତ ଗ୍ରାମବାସୀ ପକ୍ଷରୁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.