ସରିଆଁ ଏମ୍ଇ ସ୍କୁଲର ଅବସରପ୍ରାପ୍ତ ସେବକ ତୁମ୍ବେଶ୍ବର ସାହୁଙ୍କ ପରଲୋକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଏମ୍.ଇ. ସ୍କୁଲର ଅବସରପ୍ରାପ୍ତ ସେବକ ତୁମ୍ବେଶ୍ବର ସାହୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହେଉଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ଥିଲେ। ଗୁରୁବାର ଅପରାହ୍ନ ୩ଘଣ୍ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୁ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ। ୧୯୩୭ ମସିହାରେ ସରିଆଁରେ ଜନ୍ମିତ ସ୍ବର୍ଗତ ସାହୁ ଜଣେ ମେଳାପି ତଥା ଖୁସି ମିଜାଜର ମଣିଷ ଥିଲେ। ସରିଆଁ ଏମଇ ସ୍କୁଲରେ ସେ ନିଜ ଚାକିରି ଜୀବନ ଆରମ୍ଭ କରି ସେଇଠାରୁ ହିଁ ଅବସର ଗ୍ରହଣ କରିଥିଲେ। ସେ ନିଜ ଦାଇତ୍ୱ ଅତି ନିଷ୍ଠାପର ଭାବେ ନିର୍ବାହ କରି ସମସ୍ତଙ୍କ ପ୍ରୀୟପାତ୍ର ହୋଇ ପାରିଥିଲେ। ତୁମ୍ବେଶ୍ବର ସାହୁଙ୍କ ବିୟୋଗରେ ସରିଆଁ ଏମ୍ଇ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ଧଙ୍ଗଡାମାଝୀ ଓ ଜଗୁଲାଲ ଭୋଇ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ଶିକ୍ଷକ ଗଙ୍ଗା ନାରାୟଣ ଦାଶ, କୈଳାସ ଚନ୍ଦ୍ର ଭୋଇ, ପିଇଟି ଉମାକାନ୍ତ ଭୋଇ, ଅବସରପ୍ରାପ୍ତ କିରାଣୀ ପ୍ରମୋଦ ଭୋଇ, ଅବସରପ୍ରାପ୍ତ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ, ଶରତ ଚନ୍ଦ୍ର ଭୋଇ, ସରିଆଁ ହାଇସ୍କୁଲର ଅବସରପ୍ରାପ୍ତ ସେବକ ଭୋଳାନାଥ ଧଙ୍ଗଡାମାଝୀ, ଓଡ଼ିଆ ବାର୍ତ୍ତାର ମୁଖ୍ୟ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ଧଙ୍ଗଡାମାଝୀ, ଶିକ୍ଷକ ସୁଧିର କୁମାର ଧଙ୍ଗଡାମାଝୀ, ରାକ୍ସିର ପୂର୍ବତନ ସରପଞ୍ଚ ବିଜୟ ଧଙ୍ଗଡାମାଝୀ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆଙ୍କ ସମେତ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ଗଭିର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.