୧୭ତମ କେନ୍ଦ୍ରୀୟ ଟିମର ନର୍ଲା ଡାକ୍ତରଖାନା ପରିଦର୍ଶନ

ସନ୍ତୋଷ ବ୍ୟକ୍ତ କଲେ ପରିଦର୍ଶକ ଟିମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନରେ ଆସି ସ୍ଵାସ୍ଥ୍ୟ କେନ୍ଦ୍ରରେ କିଭଳି ସ୍ବାସ୍ଥ୍ୟସେବା ଚାଲିଛି? ଡ଼ାକ୍ତର ମାନଙ୍କ ସ୍ଥିତି କିଭଳି ଅଛି? ଅଞ୍ଚଳର ଜନ ସାଧାରଣ କିଭଳି ସ୍ବାସ୍ଥ୍ୟସେବା ପାଉଛନ୍ତି? ଡାକ୍ତରଖାନାରେ କୋଉ କୋଉ ଔଷଧ ସବୁ ଗଚ୍ଛିତ ଅଛି?
ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସୂତି କାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର, ଇନ୍ ଡୋର, ଆଉଟଡୋର ଆଦି ବିଭାଗକୁ ବୁଲି ଦେଖିଥିଲେ।ରୋଗୀମାନଙ୍କୁ ଭେଟି କେମିତି ଚିକିତ୍ସା ହେଉଛି ବୋଲି ପଚାରି ବୁଝିଥିଲେ।ଏହି କେନ୍ଦ୍ରରେ ରହିଥ‌ିବା ବିଭିନ୍ନ ସମସ୍ୟା ଓ ଆବଶ୍ୟକ ଥିବା ଅନେକ ଉନ୍ନୟନ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ କେନ୍ଦ୍ରୀୟ ଦଳ ପ୍ରତିଶ୍ରୁତି ଦେଇଥିଲେ।ଡାକ୍ତରଖାନା ପରିସରର ସ୍ବଚ୍ଛତା ପରଖିବା ସହ ପାରିପାର୍ଶ୍ବିକ ବିଷୟ ଗୁଡ଼ିକ ଉପରେ ଡାକ୍ତର ଓ ଷ୍ଟାଫ ମାନଙ୍କ ସହ ଆଲୋଚନା କରି ସନ୍ତୋଷ ବ୍ୟକ୍ତ କରିଥିଲେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଆରୋଗ୍ୟ ମନ୍ଦିରକୁ ପ୍ରଥମେ ଯାଇ ସେଠାରେ ଚାଲିଥିବା ରୋଗୀ ସେବା, ଷ୍ଟାଫ ସ୍ଥିତି, ଗଚ୍ଛିତ ଔଷଧ ବିଷୟରେ ପଚାରି ବୁଝିଥିଲେ। ଏହାପରେ ରାଧାକୃଷ୍ଣ ହାଇସ୍କୁଲ କୁ ଯାଇ ସେଠାକାର ପାରିପାର୍ଶିକ ସ୍ଥିତି, ସ୍ବଚ୍ଛତା, ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ ରେ ଜିଲ୍ଲା ସ୍ତରୀୟ ଡିପିଏମ ଦିଲୀପ ଦୁବେ, ଏପିଡେମିଓଲୋଜିଷ୍ଟ ନିହାର ରଞ୍ଜନ ଠାକୁର, ରାଜ୍ୟ ସ୍ତରୀୟ ଅଧିକାରୀ ପ୍ଲାନିଂକନ୍ସୋଲଷ୍ଟାଣ୍ଟ ପ୍ରଣୟ ଦାସ, ସେହିଭଳି ଡ. ଅସୀମା ଭଟ୍ଟନାଗର, ଡ. ପ୍ରୀତି ଖତ୍ରୀ ପ୍ରମୁଖ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ ର ସଦସ୍ୟ ଭାବରେ ଆସି ସମସ୍ତ ସ୍ଥିତି ପରଖିଥିଲେ। ନର୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଆଶୁତୋଷ ପଧାନଙ୍କ ନେତୃତ୍ବରେ ଡ. ଅକ୍ଷୟ କୁମାର ଗୋଛାୟତ, ଦନ୍ତ ଚିକିତ୍ସକ ଡ ବସନ୍ତ ଦୁର୍ଗା, ଆୟୁଷ ଡ଼ାକ୍ତର ଡ. ପୂଷ୍ପରାଣୀ ଚନ୍ଦ୍ରାକର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସବୀର ପଧାନ, ପିଏଚଇଓ ବିମଳ ଚନ୍ଦ୍ର ଦୀପ, ବିଡିଏମ ଅବିନାଶ ସାହୁ ଏଵଂ ସମସ୍ତ କର୍ମଚାରୀ ପ୍ରମୁଖ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.