ଜେକେପୁରର ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡରେ ନିର୍ମମ ହତ୍ୟା: ଅଭିଯୁକ୍ତ ଗିରଫ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜେକେପୁର ଠାରୁ ଯାଇ ଉତ୍ତରାଖଣ୍ଡର ଲାଲପୁର ଠାରେ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା କମ୍ପାନୀରେ ଏଣ୍ଟେନସିପି କରୁଥିଲେ ୨୩ ବର୍ଷୀୟା ସୃଷ୍ଟି ଶର୍ମା । ସେ ଲାଲପୁରରେ ଭାରତୀୟ ଇଣ୍ଟରନେଶନାଲ ସ୍କୁଲ ପଛରେ ରହୁଥିବା କାମେଶ୍ୱର ସିଂଙ୍କ ଘରେ ଭଡ଼ାରେ ରହୁଥିଲେ | ଗତ ମଙ୍ଗଳବାର ଠାରୁ ତାଙ୍କ ଫୋନ ବନ୍ଦ ରହିଥିବାରୁ ପରିବାରବର୍ଗ ବିଚଳିତ ହୋଇଯାଇଥିଲେ | ଶେଷରେ ସୃଷ୍ଟିଙ୍କ ଭାଇ ଅମ୍ରିତ କୁମାର ଲାଲପୁର ଯାଇ ପୋଲିସ ପାଖରେ ଭଉଣୀ ସୃଷ୍ଟି ନିଖୋଜ ଥିବା ନେଇ ରିପୋର୍ଟ ଦାଖଲ କରିଥିଲେ |ଏହାପରେ ପୋଲିସ ଘର ପାଖରେ ଥିବା ଗୋଟିଏ ଘରର ସିସି ଟିଭି ଫୁଟେଜ ଯାଞ୍ଚ କରି ଘର ମାଲିକଙ୍କ ପୁଅ ଅମିତ କୁମାରକୁ ସଂନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଦେଖିଥିଲେ | ପୋଲିସ ଅମିତକୁ ଧରି ପଚରା ଉଚରା ପରେ ଅମିତ ନିଜେ ସୃଷ୍ଟିଙ୍କୁ ନିର୍ମମ ଭାବେ ହତ୍ୟା କରି ଚାଦରରେ ଘୋଡ଼ାଇ ଇଟା ଓ ପଥର ବାନ୍ଧି ଶ୍ରୀପୁରମ ମହାରାଜପୁର ରାସ୍ତାରେ ବୋହିଯାଉଥିବା ପାଟୁର ନଦୀରେ ଫିଙ୍ଗିଦେଇଥିବା ସ୍ବୀକାର କରିଥିଲା | ପୋଲିସ ଉକ୍ତ ନଦୀରୁ ଖୋଜା ଖୋଜି ପରେ ମୃତ୍ୟୁ ଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି | ପୋଲିସ ମୃତ୍ୟୁ ଦେହକୁ ବ୍ୟବଛେଦ ପାଇଁ ରୁଦ୍ରପୁର ମେଡିକାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.