ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ତଥା ଛାତ୍ରୀ ଖୁସି ରାଜପଲିଆ, ଚୁମକି ଦୀପଙ୍କ ସଂଯୋଜନାରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ବୈଜୟନ୍ତୀ ମହାକୁର, ଭାର୍ଗବୀ ରାଜପଲିଆ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ଦୀପକ କଲେତ, ଦୁର୍ବାଦଳ ସାହୁ, କନିଷ୍କ ରାଜପଲିଆ, ଅର୍ମାନ ବାଗ, ଶୁଭମ ବାରିକ, ଅମ୍ରିତ ମାହାର, ଯୋଗମୟ ବାଗ, ସମ୍ୟାରାଣୀ ମେହେର, ଅର୍ପିତା ପୁଟେଲ, ଆଦ୍ୟାଂଶା ବନଛୋର ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ‘ବନ୍ଦେ ମାତରମ୍ ‘ ସମାଜର ରାଷ୍ଟ୍ର ଚେତନା, ସାଂସ୍କୃତିକ ପରିଚୟ ଓ ଏକାତ୍ମ ଭାବନାର ବଳିଷ୍ଠ ମାଧ୍ୟମ | ଏହା କେବଳ ଦେଶଭକ୍ତିର ମନ୍ତ୍ର ନୁହେଁ ପରନ୍ତୁ ଏହା ରାଷ୍ଟ୍ରୀୟ ଉଦ୍ଘୋଷ ତଥା ରାଷ୍ଟ୍ର ଆତ୍ମାର ସ୍ୱର ଭାବରେ ପରିଗଣିତ ବୋଲି ଵକ୍ତାଗଣ କହିଥିଲେ | ଶିକ୍ଷୟିତ୍ରୀ ସଙ୍ଗୀତା ବାଗ ସ୍ୱାଗତ ଭାଷଣ ଦେଇଥିଲେ | ବନ୍ଦନା ରଣା ଧନ୍ୟବାଦ ଅର୍ପଣ କରିଥିଲେ | ପ୍ରହ୍ଲାଦ ସିନ୍ଧ୍ରୀଆ, ନବକିଶୋର ନାଗ, ଶିକ୍ଷୟିତ୍ରୀ ସାବିତ୍ରୀ ରାଜପଲିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





