ଭାନପୁର ହାଇସ୍କୁଲରେ କ୍ୱିଜ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗଙ୍ଗାଦେବୀ ବାବୁରା ହାଇସ୍କୁଲରେ ଏନର୍ଜି କ୍ଳବର କ୍ୱିଜ ପ୍ରତିଯୋଗୀତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ, ପେଣ୍ଟିଂ ଓ ବକ୍ତୃତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ପରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ମୁଖ୍ୟ ଅତିଥି ଭାବରେ ଓ ସମ୍ମାନୀତ ଅତିଥି ଭାବରେ ପରେଶ ପଧାନ, ସିଆରସିସି ଦୁର୍ଗା ମାଧବ କୁମାର ଓ ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ କିଶୋର ଭୋଇ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। କ୍ୱିଜ ପ୍ରତିଯୋଗୀତାରେ ସରସ୍ଵତୀ ପଧାନ ପ୍ରଥମ, ସେହିଭଳି ପ୍ରବନ୍ଧ ଲିଖନରେ ସ୍ନେହା ସାହୁ, ପେଣ୍ଟିଂରେ ପାୟଲ ଖାଡଙ୍ଗା ଓ ବକ୍ତୃତା ପ୍ରତିଯୋଗୀତାରେ ପ୍ରିୟଙ୍କା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ଅତିଥି ବୃନ୍ଦ। ବିଦ୍ୟାଳୟର ଶିକ୍ଷକ ଧୃବ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ସଞ୍ଜୟ ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.