ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ଜି.ସି.ଡ଼ି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ରେ କୋରାପୁଟ ଲୋକସଭା ସାଂସଦ ଓ ଅପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ, ଅତିରିକ୍ତ ଶିକ୍ଷାଧିକାରୀ ଭଜନଲାଲ ମାଝୀ ଓ ଶାନ୍ତିଲତା ମୁନୀ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଜଗନ୍ନାଥ ମେହେର, ସମସ୍ତ ବ୍ଳକର ଶିକ୍ଷାଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ । ଛାୟା ସଂସଦରେ ଶପଥପାଠ,ବିଲ ଓ ବଜେଟ ଉପସ୍ଥାପନ, ଶୁନ୍ୟ କାଳରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ସଭିଏଁ ପ୍ରଶଂସା କରିଥିଲେ । ସଂସଦରେ ଜିଲ୍ଲାବାସୀଙ୍କ ସମସ୍ୟା ସମାଧାନ ନିମନ୍ତେ ଅନେକ ପ୍ରଶ୍ନ ଉତ୍ଥାପନ କରିବା ସହ ବିକାଶ ପାଇଁ ସର୍ବଦା ପ୍ରୟାସ କରି ଆସୁଥିବା ପ୍ରକାଶ କରିଥିଲେ । ରାଜ୍ୟ ସ୍ତରରେ ଅନେକ ସୁନାମ ଅର୍ଜନ ନିମନ୍ତେ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ଏଗାର ବ୍ଳକର ଅଷିଏ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।





