ବଡ଼ମାଳ ଫପସି ମହୋତ୍ସବ: ଘୁଡ଼କା ଗୀତରେ ଝୁମିଲ ହଜାର ହଜାର ଦର୍ଶକ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଗଣ୍ଡପତ୍ରାପାଳି ପଞ୍ଚାୟତ (ନୂଆଁ ଭଦ୍ରା) ଫପସି ଆରସିବି ଯୁବକ ସଂଘ ଆନୁକୂଲ୍ୟରେ ଫପସି ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ତୃତୀୟ ଦିବସ ରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଯୋଶବନ୍ତ ପ୍ରଧାନୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ I ସମ୍ମାନିତ ଅତିଥି ଭାବେ ସଇଁତଲା ଥାନା ଅଧିକାରିଣୀ ରଶ୍ମିତା ବେହେରା ଯୋଗଦେଇ ଥିବାବେଳେ ବଡ଼ମାଳ ଫାଣ୍ଡି ଅଧିକାରୀ ମୁରଲୀଧର ସେଠ, ସି ଆର ସି ସି ହରେକୃଷ୍ଣ ନାଗ, ଆର ଟି ଓ କ୍ଳରକ (କଳାହାଣ୍ଡି) ରାଜୀବ ଡାଙ୍ଗ, ଆଇଟି ଆଇ କ୍ଲାରକ ଅଫିସର (ମଠଲୀ) ବବଲୁ ତାଣ୍ଡି, ଜେଆର ଟେକନୋଲୋଜି (ରାଉରକେଲା ଷ୍ଟିଲପ୍ଲାଣ୍ଟ) ମହେଶ୍ୱର ମହାନନ୍ଦ, ସୁଧୀର ଦୀପ, ଗଣ୍ଡାରାମ ଭୋଇ, ଦାମୋଦର ମାଝୀ ଶିକ୍ଷକ ବଡ଼ମାଳ, ଓମପ୍ରକାଶ ଭୋଇ, ସଞ୍ଜୟ ଭୋଇ, ନୀଳମଣି ଭୋଇ ଭାରତୀୟ ସେନା, ଦୈନିକ ଖବରକାଗଜର ସାମ୍ବାଦିକ ରଞ୍ଜନ ବାଗ, ପ୍ରମୁଖ ମଞ୍ଚାସୀନ ଥିଲେ | ସମ୍ବଲପୁରୀ ଡାଲଖାଲ, ମାଏଲାଜଡ଼, ରସରକେଲି ବିଶେଷ ଭାବେ ସାନ ବଡ଼ ଘୁଡୁକା ବାଳା ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ | ଏହି କାର୍ଯ୍ୟକ୍ରମକୁ ରୋହିତ ମହାନନ୍ଦ ଓ ତରୁଣ ସୁନା ପରିଚାଳନା କରିଥିଲେ I ଏହି ଅବସରରେ କଣ୍ଠଶିଳ୍ପୀ କାଳିଚରଣ ବାଗ ଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସ୍ଥାନୀୟ ସରପଞ୍ଚ ମନେଶ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.