ଲକ୍ଷ୍ମୀ ବିକାଶ ଗ୍ରୁପ ନିର୍ଦ୍ଦେଶକ ଡି ରାମ କୁମାର ପାଇଲେ ଅନନ୍ତ ଆଚାର୍ଯ୍ୟ ଲିଡରସିପ ଆଓ୍ବାର୍ଡ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଶିକ୍ଷା ଜଗତରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୂସନ ଏକ ପରିଚିତ ନାମ । ଗୁଣାତ୍ମକ ଶିକ୍ଷା ସହ କ୍ରୀଡାର ଭିତ୍ତିଭୂମି, ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉତ୍ତମ ଶୈକ୍ଷିକ ବାତାବରଣ ନିମନ୍ତେ ଲକ୍ଷ୍ମୀ ବିକାଶ ଗ୍ରୁପ ସର୍ବଦା ଚର୍ଚ୍ଚାରେ ରହି ଆସିଛି । ଏହାରି ମୂଳରେ ଅନୁଷ୍ଠାନର ଚେୟାରମ୍ୟାନ, ନିର୍ଦ୍ଦେଶକ, ଶିକ୍ଷା ପ୍ରଭାରୀ ତଥା ଅନ୍ୟାନ୍ୟ ବ୍ୟକ୍ତିଙ୍କ ଆଦର୍ଶ, ଉଚ୍ଚ ଚିନ୍ତାଧାରା, ପ୍ରତ୍ୟକ୍ଷ ତତ୍ବାବଧାନ ଆଦି ରହିଛି । ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓଙ୍କ ବଳିଷ୍ଠ ଯୋଗଦାନ, କାର୍ଯ୍ୟ ଦକ୍ଷତା ଓ ସମର୍ପଣ ଭାବ ଯୋଗୁଁ ଏଜୁକେଶନ ୱାଲ୍ଡ଼ ଇଣ୍ଡିଆ ଟ୍ରୀ ଏୱାଡ଼ ୨୦୨୫-୨୬ ତରଫରୁ ପ୍ରୋଗ୍ରେସିଭ ଏଡୁକେଶନିଷ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି। ଶିକ୍ଷା କ୍ଷେତ୍ରରେ ନିଜର ଉତ୍କୃଷ୍ଟ ଯୋଗଦାନ ଓ ବଳିଷ୍ଠ ନେତୃତ୍ବ ପାଇଁ ଶିକ୍ଷା ପ୍ରଭାରୀ ଡି ବିଜୟାଙ୍କୁ ଏଜୁକେଶନ ୱାଲ୍ଡ଼ ଇଣ୍ଡିଆ ଟ୍ରୀ ଏୱାଡ଼ ୨୦୨୫-୨୬ ତରଫରୁ ଏମର ଜିଂ ଏଡୁ ପ୍ରେନୀୟର ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ବିକାଶ ଆବାସିକ ବିଦ୍ୟାଳୟ ଭବାନୀପାଟଣା, ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ଓ ଲକ୍ଷ୍ମୀ ବିକାଶ ଗ୍ଲୋବାଲ ସ୍କୁଲ ଜୟପୁର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ବ୍ରହ୍ମାଙ୍କୁ ନିଜର ଦକ୍ଷତା ଓ ବଳିଷ୍ଠ ନେତୃତ୍ବ ପାଇଁ ପ୍ରୋଗ୍ରେସିଭ ଏଡୁକେଶନିଷ୍ଟ ସମ୍ମାନରେ ସମ୍ମାନୀତ କରାଯାଇଛି । ଭାରତ ଏଜୁକେସନ ଏକ୍ସସେଲେନ୍ସ ଏୱାର୍ଡ ୨୦୨୫ ତରଫରୁ ଶିକ୍ଷା କ୍ଷେତ୍ରରେ ନିଜର ବଳିଷ୍ଠ ଯୋଗଦାନ ଓ ନେତୃତ୍ବ ପାଇଁ ନିର୍ଦ୍ଦେଶକ ଡି ରାମ କୁମାରଙ୍କୁ ଅନନ୍ତ ଆଚାର୍ଯ୍ୟ ଲିଡରସିପ ଏୱାଡ଼ରେ ସମ୍ମାନିତ କରାଯାଇଛି । ଚଳିତ ମାସ ୯ ଓ ୧୦ ଦୁଇଦିନ ବ୍ୟାପୀ ରାୟପୁର ଠାରେ ଏଜୁକେଶନ ୱାଲଡ ତରଫରୁ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ଜନକ ପୁରସ୍କାର ସମଗ୍ର ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପାଇଁ ଗର୍ବ ଓ ଗୌରବର ବିଷୟ । ଏହା ଫଳରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୂସନରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ଲକ୍ଷ୍ମୀ ବିକାଶ ଗ୍ରୁପ ବିଦ୍ୟାର୍ଥୀ ମାନଙ୍କ ସାମଗ୍ରିକ ବିକାଶ ଦିଗରେ ଅଧିକ ଯତ୍ନବାନ ହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ଓ ନିର୍ଦ୍ଦେଶକ ଡି ରାମ କୁମାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.