ତ୍ରି-ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ସ୍ଥିତ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ ଜୟପାଟଣା ଠାରେ ଅନୁଷ୍ଠିତ ହୋଇଥିବା ତ୍ରି-ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶେଷଦେବ ପାଢ଼ୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆବାହକ ସଂପାଦକ ସଞ୍ଜିବ କୁମାର ସାହୁ ଓ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଯୋଗଦେଇ ଯୁବ ରେଡକ୍ରସର ମହନୀୟ ନୀତି ଓ ଆଦର୍ଶ ମାନବ ଜୀବନର ବ୍ରତ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ସାକେତ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଯୁବ ରେଡକ୍ରସ୍ ପରାମର୍ଶଦାତା ମାନସ ରଞ୍ଜନ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ଅର୍ଜୁନ ବାଗ ଓ ତନୁଜା ହରିଜନଙ୍କୁ ପୁରସ୍କୃତ କରାଯାଇଥିଲା ।ସ୍ବେଛାସେବୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ,କଣ୍ଠ ସଂଗୀତ, ନୃତ୍ୟ ସାଧାରଣ ଜ୍ଞାନ, ଓଡ଼ିଆ ଟାଇପିଙ୍ଗ, ସମ୍ବାଦ ପାଠନ, ମନୋଏକ୍ସନ ଓ ଏକ୍ସଟେମ୍ବର ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ତ୍ରି-ଦିବସୀୟ ଶିବିରରେ ରେଡକ୍ରସ୍ ର ଇତିହାସ, ବିକାଶ ଓ ମୌଳିକ ନୀତି ବିଷୟରେ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା,ପ୍ରାଥମିକ ଚିକିତ୍ସା ବିଷୟରେ ବି ଗୋବିନ୍ଦ ରାଓ, ବିପର୍ଯ୍ୟୟ ପରିଚାଳନା ସୁବ୍ରତ କୁମାର ବେହେରା ଓ ଜୟ ପାଟଣା ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଗୁଲୁ ସାହୁ – ଅଗ୍ନି ନିରାପତ୍ତା ବିଷୟରେ, କଳାହାଣ୍ଡି ପୋଲିସ ତରଫରୁ ସାଇବର ନିରପତ୍ତା ବିଷୟରେ, ସଡ଼କ ସୁରକ୍ଷା ସଚେତନତା ବିଷୟରେ କଳାହାଣ୍ଡି ଏମ ଭି ଆଇ ରାମକୃଷ୍ଣ ମାଝୀ ଏବଂ ସରୋଜ କୁମାର ପଟ୍ଟଯୋଶୀ ଓ ସୁଧିର କୁମାର ପଣ୍ଡା, ମହିଳା ସଶକ୍ତିକରଣ ବିଷୟରେ ଶିକ୍ତା ପଣ୍ଡା, ରକ୍ତଦାନର ଆବଶ୍ୟକତା ଓ ମହତ୍ତ୍ଵ ବିଷୟରେ ସଂଜିବ ସଗରିଆ, ଯୌନ ପ୍ରତିରୋଧ ଆଇନ ସଚେତନତା ବିଷୟରେ ସଂଜିବ କୁମାର ସାହୁ, ଯୋଗ ଓ ପ୍ରାଣାୟାମ ବିଷୟରେ ଋଷିମଣି ରାଉତ, ବ୍ୟକ୍ତିତ୍ବ ର ବିକାଶ ଓ ନେତୃତ୍ଵ ବିଷୟରେ ଡ. ହଳଧର ସାହୁ ଶିକ୍ଷା ତଥା ତାଲିମ ପ୍ରଦାନ କରିଥିଲେ। ପ୍ରତ୍ୟେକ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶେଷ ସନ୍ଧ୍ୟାରେ ଆୟୋଜିତ କ୍ୟାମ୍ପ ଫାୟାର ଅତ୍ୟନ୍ତ ମନୋ-ମୁଗ୍ଧକର ହୋଇଥିଲା। ଏହି ଅବସରରେ ବିଗତ ବର୍ଷ ଜିଲ୍ଲା ସ୍ତରୀୟ ଶିବିର ଆୟୋଜକ ସର୍ବ ମଙ୍ଗଳା ଡିଗ୍ରୀ ମହା ବିଦ୍ୟାଳୟ, ଗୋଲାମୁଣ୍ଡାର ଅଧକ୍ଷ ଶରତ କୁମାର ସ୍ବାଇଁ ଓ ପରାମର୍ଶଦାତା ଗୋବିନ୍ଦ ସାହୁଙ୍କୁ ସଫଳ ଶିବିର ଆୟୋଜନ ପାଇଁ ସମ୍ୱର୍ଦ୍ଧିତ କରାଯାଇଥିଲା। ଶିବିରର ଦ୍ବିତୀୟ ଦିବସରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୨୯ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଶିବିରର ତୃତୀୟ ଦିବସରେ ଶିବିରାର୍ଥି ମାନେ ମୁଖିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ସଫା କରିବା ସହ ସହରରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିଥିଲେ। ଏହି ଶିବିରରେ ବିଭିନ୍ନ ମହାବିଦ୍ୟାଳୟରୁ ୧୪୦ଜଣ ସ୍ବେଚ୍ଛାସେବୀ ଓ ପରାମର୍ଶଦାତା ଅଂଶ ଗ୍ରହଣ କରିଥିଲେ। ଶିବିର ଆୟୋଜନରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଯୁବ ରେଡକ୍ରସ୍ ପରାମର୍ଶଦାତା ପଦ୍ମାଳୟା ଦଣ୍ଡସେନା, ଡ. ନୃସିଂହାନନ୍ଦ ସାସମଲ, ସଂଜୟ ପୁରୋହିତ, ଅଶୋକ ସାହୁ, ବିଜୟ କର, ଭବାନୀ ଶଙ୍କର ପଣ୍ଡା, ସଂଜିବ କୁମାର ମୁଣ୍ଡ, ନରେଶ କୁମାର ପଣ୍ଡା, ରାଜେନ୍ଦ୍ର ପ୍ରଧାନ,ମୋହନ ଚରଣ ବିଷି , ମନୋଜ କୁମାର ସାହୁ, ଭୁବନେଶ୍ୱର ଦିଶାରି, ସେତୁରାମ ନାଏକ, ଦଶମନ୍ତ ରଣା, ବିଭୂତି ଭୂଷଣ ପଟ୍ଟନାୟକ, ପ୍ରଭାତ କୁମାର ଶୁକ୍ଲା, ଭୁଜବଳ ନାଏକ, ଡିନେଶ ସାହୁ, ଦୁଷ୍ମନ୍ତ ରଣା, ଉପେନ୍ଦ୍ର ନାଏକ ତଥା ଆୟୋଜକ ମହାବିଦ୍ୟାଳୟର ବିଧାନ ଚନ୍ଦ୍ର ବେହେରା, ମନସ ମହାପାତ୍ର, ସୁନିଳ କୁମାର ପଣ୍ଡା, ସାକେତ ବିହାରୀ ବେହେରା, ଅଶୋକ କୁମାର ହୋତା, କାର୍ତ୍ତିକ ନାଏକ, ସଂଜିବ ଦୁର୍ଗା, ରଶ୍ମିତା ସୁନା, ମୋତିଲାଲ ନାଏକ, ବିଶ୍ବଜିତ ପାଢ଼ୀ, ଅମ୍ବୁଜା ସାହାଣୀ, ବବିତା ପରିଡ଼ା, ଚିତ୍ତ ରଞ୍ଜନ ମୁଣ୍ଡ, ଆନନ୍ଦ କୁମାର ପଣ୍ଡା, ରଞ୍ଜନ କୁମାର ମୁଣ୍ଡ , ମୋହନ ସାହୁ, ସ୍ୱାଗତିକା ପାଢ଼ୀ, ମନିଷା ପଣ୍ଡା, ସାଇନା ପାଟ୍ଟଶାଣୀ, ପ୍ରତିକ୍ଷା ପଣ୍ଡା, ସ୍ଥିତ ପ୍ରଜ୍ଞା ପଣ୍ଡା, ପ୍ରିୟଙ୍କା ଦୁର୍ଗା, ମୌସୁମୀ ମାଲା, ଅଶୋକ କୁମାର ନାଏକ, ନିର୍ମଳା ରାଉତ, ଉଦେନାଥ ସାହୁ, ରାହାସ ବିହାରୀ ପଟେଲ, ପ୍ରଦ୍ୟୁମ୍ନ ନାଏକ, ବିଶ୍ବମ୍ବର ସାହୁ, ଗୁଣନିଧି ରାଉତ, ମନୋଜ କୁମାର ପାଢ଼ୀ, ଖଗପତି ନାଏକ, ସନ୍ୟାସୀ ପୁଝାରୀ, ଲକ୍ଷଣ ହୋତା ପ୍ରମୁଖ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.