ଆରମ୍ଭ ହୋଇନି ଧାନ ମଣ୍ଡି

ମଣ୍ଡିରେ ଧାନ ଦେବା ପାଇଁ ନର୍ଲା ଚାଷୀଙ୍କ ସଜବାଜ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୧୫ ଦିନରୁ ଉର୍ଦ୍ଧ୍ୱ ହୋଇଗଲାଣି ନର୍ଲା ଅଞ୍ଚଳରେ ଧାନ କଟା ଆରମ୍ଭ ହୋଇ। ଏବେ ଚାଲିଛି ଚୁନା ଧାନକୁ ସଫାକରି ଶୁଖେଇବା ପ୍ରକ୍ରିୟା। ଅଧିକ ସଫା ଧାନ ପ୍ରଦାନ କଲେ ଚାଷୀ ଭଲ ଦୁଇ ପଇସା ପାଇବ। କଟନୀ ଛଟନୀ କମ ହେବ। ଆଗରୁ ହଳ ଲଙ୍ଗଳରେ ଚାଷ କରିବା ସହିତ ଦା ଧରି ମୂଲିଆ ଲଗେଇ ଧାନ କଟାଉଥିଲେ ଚାଷୀ। ଚାଷୀ ମାନେ ଧାନ ମଳିବା ପାଇଁ ଖଳା ପ୍ରସ୍ତୁତ କରି ରଖୁଥିଲେ। ଧାନକାଟି ଶଗଡରେ କିମ୍ବା ଟ୍ରାକ୍ଟରରେ ଧାନ କାଟି ବୋଝେଇ କରି ନେଇ ଆସି ଖଳାରେ ଧାନ ଗଚ୍ଛିତ ରଖି ବଳଦ ଯୋଖି କିମ୍ବା ଟ୍ରକ୍ଟରରେ ଧାନ ମଳା ହେଉଥିଲା। ୫ ରୁ ୧୦ ଏକର ଧାନ ଚାଷ କରିଥିବା ଚାଷୀଙ୍କୁ ଏହି ପ୍ରକ୍ରୀୟାରେ ଧାନ ସଂଗ୍ରହ ପାଇଁ ପ୍ରାୟତ ୧୫ ରୁ ୨୦ ଦିନ ଲାଗୁଥିଲା। ଧାନ ଅମଳ କରି ବିକିବା ପର୍ଯ୍ୟନ୍ତ ଚାଷୀଙ୍କୁ ହାରା ହାରି ଗୋଟାଏ ମାସ ସମୟ ଲାଗି ଯାଉଥିଲା। ହେଲେ ଏବେ ସମୟ ବଦଳି ଯାଇଛିଌମି ଚଷିବା ଠାରୁ ଆରମ୍ଭ କରି ଧାନ ଅମଳ ପର୍ଯ୍ୟନ୍ତ ସବୁ କାମ ମେସିନ ଯୋଗେ କରୁଛି ଚାଷୀ ଫଳରେ ୫ ରୁ ୧୦ ଏକର ଧାନ ଚାଷ କରିଥିବା ଚାଷୀଙ୍କୁ ମେସିନ ଯୋଗେ ଧାନ ଅମଳ ପାଇଁ ଅଧିକରୁ ଅଧିକ ୫ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ସରିଯାଉଛି। ଆଉ ନା ଅଛି ଶ୍ରମିକ ନିୟୋଜନ ଓ ହଇରାଣ ହରକତର ସମସ୍ୟା ନା ରହିଛି ମାସଟେ ଘାଣ୍ଟି ହେବାର ସମସ୍ୟା। ଟ୍ରାକ୍ଟର ଓ ପାୱାର ଟିଲରରେ ଜମି ଚଷି ଟ୍ରାନ୍ସ ପ୍ଲାଣ୍ଟରରେ ଧାନ ତଳି ରୋଇ ହାରଭେଷ୍ଟର ଯୋଗେ ଅତି ସହଜ ଭାବରେ ଧାନ ଅମଲ କରି ପାରୁଛି ଚାଷୀ। ଅକ୍ଟୋବର ଶେଷରୁ ନଭେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟତଃ ୪୦ ପ୍ରତିଶତ ଧାନ କଟା ସରିଯାଇଥିବା ବେଳେ ନଭେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା ପ୍ରାୟତଃ ୯୫ ପ୍ରତିଶତ ଚାଷୀଙ୍କ ଧାନ କଟା ସରିଯାଇଥିବ। ଆଗ ଭଳିତ ଧାନ ଗଚ୍ଛିତ ରଖିବା ପାଇଁ ଚାଷୀ ଆଉ ଖଳା କରୁ ନାହାନ୍ତି। ଏବେ ନର୍ଲା ଅଞ୍ଚଳର ଚାଷୀ ମାନେ ନିଜ ଘର ସମ୍ମୁଖରେ ଗାଁ କଂକ୍ରୀଟ ରାସ୍ତାରେ ପାଲ ପକେଇ ଧାନ ସୁଖେଇବା, ପଙ୍ଖା ପବନ ମାଧ୍ୟମରେ ଧାନ ଚୁନାରେ ମିଶିଥିବା ଧୁଳି ଓ ପାଳ କୁଟା ଗୁଣ୍ଡ ସବୁ ଉଡେଇ ଧାନ ସଫା କରି ମଣ୍ଡିକୁ ଧାନ ନେବା ପାଇଁ ସଜବାଜ ହେଉଥିବା ଦେଖିବାକୁ ମିଳିଛି। ନଭେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ନର୍ଲା ଅଞ୍ଚଳର ଧାନ ମଣ୍ଡି ଗୁଡିକ ଆରମ୍ବ ହୋଇଥାଏ। ହେଲେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମଣ୍ଡି କୋଲିବା ପାଇଁ କେତେକ ସ୍ଥାନରେ ଜାଗା ସ୍ଥିରିକୃତ ହୋଇପାରି ନଥିବାରୁ ଓ ସେଟଲାଇଟ ସର୍ଭେ ଚାଲିଥିବାରୁ ମଣ୍ଡି ଖୋଲିବା ନେଇ ଟିକେ ବିଳମ୍ବ ହୋଇପାରେ ବୋଲି ସୂଚନା ମିଳିଛି। ନର୍ଲାରେ ରହିଥିବା ନର୍ଲା, ରୁପ୍ରାରୋଡ, ରୁପ୍ରା, ଶାନ୍ତପୁର, ଭାନପୁର, ତୁଳାପଡା ଓ ପଲମ ଏଭଳି ୭ ଗୋଟି ମଣ୍ଡି ଅଧିନରେ ୧୫ ଗୋଟି ଉପମଣ୍ଡି ଚାଲିଥାଏ। ନର୍ଲାରେ ଏଭଳି ମୋଟ ୨୨ ଗୋଟି ଧାନ ମଣ୍ଡି ଚାଲି ଆସୁଛି। ଚଳିତ ବର୍ଷ ଆଉ ୨ ଗୋଟି ନୂଆ ଉପ ମଣ୍ଡି ଆରମ୍ଭ ହୋଇପାରେ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି। ହେଲେ ଜାଗା ଅଭାବରୁ କଚ୍ଚା ସ୍ଥାନରେ, ବିଲ ଗୁଡିକ ମଧ୍ୟରେ କେତେକ ସ୍ତାନରେ ମଣ୍ଡି ଗୁଡିକ ଚାଲୁଥିବା ଯୋଗୁଁ ସେହି ସମୟ ମଧ୍ୟରେ ଅଳ୍ପ ଟିକେ ବର୍ଷା ହୋଇଗଲେ ମଣ୍ଡି ପରିସର କାଦୁଅ ପଚ ପଚ ହୋଇ ଧାନ ଆଣିଥିବା ଚାଷୀ ଯମ ଯନ୍ତ୍ରଣା ଭୋଗୁଥିବା ଅନେକ ସମୟରେ ଦୃଶ୍ୟମାନ ହୋଇଥାଏ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳର ଚାଷୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.