କିଡିଙ୍ଗ-ମାଡ଼ିବନ୍ଧା ଅଞ୍ଚଳରେ ବୁଲୁଛି ବାଘ, ଲୋକେ ଭୟଭୀତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ବନାଞ୍ଚଳ ଅନ୍ତର୍ଗତ ସିକେରକୁପା ସେକ୍ସନ ଅଧିନସ୍ଥ କିଡିଙ୍ଗ-ମାଡ଼ିବନ୍ଧା ଅଞ୍ଚଳରେ ଏକ ବାଘ ଦେଖିବାକୁ ମିଳିଛି। କିଡିଙ୍ଗ ଓ ମାଡିବନ୍ଧା ଗାଁର ଲୋକେ କହିବା ଅନୁଯାୟୀ କିଡିଙ୍ଗ ଠାରୁ ଲାଞ୍ଜିଗଡ଼ରୋଡ଼କୁ ସଂଯୋଗ କରୁଥିବା ରାସ୍ତାର ମାଡ଼ିବନ୍ଧା ସ୍ଥିତ ରାସ୍ତା ନିକଟରେ ଗର୍ଜନ କରି ଅତିକ୍ରମ କରୁଥିବା କିଛି ମହିଳା ଓ ପୁରୁଷ ବାଘକୁ ଦେଖି ଭୟରେ ଆତଙ୍କିତ ହୋଇପଡ଼ିଥିଲେ। ତେବେ ବାଘ ଥିବା ଜାଣିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ଏସମ୍ପର୍କରେ ସିକେରକୁପା ଫରେଷ୍ଟର ଭାଗିରଥି ନାଏକଙ୍କୁ ପଚାରିବାରୁ ଆମ ପାଖରେ ଏ ପର୍ଯ୍ୟନ୍ତ କୌଣସି ଖବର ନାହିଁ ଆମେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ବାଘର ଗତିବିଧି ଲକ୍ଷ୍ୟ କରିବୁ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.