ଉଦଯାପିତ ହେଲା ଫପସୀ ମହୋତ୍ସବ

ରାଜ୍ୟ ସ୍ତରୀୟ ମହୋତ୍ସବ ଦାବୀ କଲେ ପଦ୍ମଶ୍ରୀ ହଲଧର ନାଗ

ଓଡ଼ିଆ ବାର୍ତ୍ତା/ ସଇଁତଲା ଗୋକୁଳା (ନନ୍ଦ ବଗର୍ତ୍ତୀ): ଦୀର୍ଘ ୬ ଦିନଧରି ଚାଲିଥିବା ଫପସି ମହୋତ୍ସବ ଉଦଯାପିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ପଞ୍ଚାୟତ ଫପସି ଖେଳ ପଡିଆ ଠାରେ ଆରସିବି ଯୁବକ ସଂଘ ଆନୁକୂଲ୍ୟନେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ବିଜେପି ନେତା ବିମଳ ଶର୍ମା, ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣା, ଫିରୋଜ ଵଗର୍ତ୍ତି, ସଇଁତଲା ସରପଞ୍ଚ ସୁବ୍ରତ ନାଗ, ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀ ଅଶୋକ ନାଏକ, ପଲକ ବାରିକ, ଦେବ ମୁନା, ବସୁଦେବ ବାରିକ, ବୃନ୍ଦାବନ ଦୀପ, ହେମନ୍ତ ପସାୟତ, ତ୍ରିଲକ୍ଷ ହରପାଳ, ସ୍ଥାନୀୟ ସରପଞ୍ଚ ମନେଶ ସୁନା, ସମିତି ସଭ୍ୟା ଅମ୍ରିତା ଦୀପ, ଜୟନ୍ତ କୁମାର ପାଢ଼ୀ, ଅଭିମନ୍ୟୁ ମହାନନ୍ଦ, ମଘା ମୁନା, ଅମିତ ଦୀପ, ପଞ୍ଚା ଵଗର୍ତ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ରୋହିତ ମହାନନ୍ଦ ଓ ତରୁଣ ସୁନା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ହଲଧର ନାଗଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବିସ୍ଥାପିତ ଏହି ଛୋଟ ଗାଁରେ ହଜାର ହଜାର ଲୋକଙ୍କୁ ଦେଖି ମୁଁ ଆନନ୍ଦିତ, ସରକାରଙ୍କୁ ଏହି ଉତ୍ସବକୁ ରାଜ୍ୟ ସ୍ତରୀୟ ଉତ୍ସବ କରିବା ପାଇଁ ମୁଁ ଜଣାଇବି ବୋଲି କହିଥିଲେ ଶ୍ରୀ ନାଗ। ପରେ ପଶ୍ଚିମ ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ରୁକୁ ସୁନା ଓ ଦୀପ୍ତି ସ୍ୱାଇଁଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.