ମହାବୀର ମହୋତ୍ସବ: ଉଦଯାପିତ ହେଲା ଭଏସ ଅଫ କଳାହାଣ୍ଡି ସିଜନ- ୮

ବିରଞ୍ଚି ନାରାୟଣ ସାହୁ ଚମ୍ପିୟାନ, ସୁଧାଂଶୁ ଓ ଶ୍ରୀୟାଞ୍ଜଳି ଦ୍ଵିତୀୟ ଓ ତୃତୀୟ ରନର୍ସଅପ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ୱର, ତାଳ ଓ ଲୟର ମହାସଙ୍ଗମ ଭାବେ ପରିଚିତ ତଥା ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓଡ଼ିଶାର ଚର୍ଚ୍ଚିତ ସଙ୍ଗୀତ ରିୟଲିଟି ସୋ ‘ଭଏସ ଅଫ କଳାହାଣ୍ଡି’ ସିଜନ-୮ ଗ୍ରାଣ୍ଡ ଫାଇନାଲ ସହିତ ଉଦଯାପିତ ହୋଇଯାଇଛି। ୬୧ତମ ମହାବୀର ମହୋତ୍ସବ ଉପଲକ୍ଷେ ଆୟୋଜିତ ଭଏସ ଅଫ କଳାହାଣ୍ଡି, ସିଜନ-୮ର ବିଜେତା ଭାବେ ବିରଞ୍ଚି ନାରାୟଣ ସାହୁଙ୍କୁ ବିଚାରକମାନେ ବାଛିଥିବାବେଳେ ଦ୍ଵିତୀୟ ରନର୍ସଅପ ଭାବେ ସୁଧାଂଶୁ ପାଢ଼ୀ, ତୃତୀୟ ରନର୍ସଅପ ଭାବେ ଶ୍ରୀୟାଂଶୀ ବେହେରା ବିବେଚିତ ହୋଇଥିଲେ। ବିଚାରକ ଭାବେ ଶୁଭେନ୍ଦୁ ପାଢ଼ୀ, ରୋଜାଲିନ ତ୍ରିପାଠୀ ଓ ସଂଗ୍ରାମ ସରାଫ ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତାର ଅଷ୍ଟମ ସଂସ୍କରଣରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୩ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଏହି ଅବସରରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ ବେହେରା, ସାଧାରଣ ସଂପାଦକ ସତ୍ୟ ନାରାୟଣ ସିଂହ, ନାଟ୍ୟ ସଂପାଦକ ସୁଶାନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଯୁଗ୍ମ ସଂପାଦକ ଭାବେ ସଞ୍ଜୀବ କୁମାର ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.