ହାତୀ ଆକ୍ରମଣରେ ୬ ବର୍ଷର ଶିଶୁ ମୃତ୍ୟୁ ଘଟଣା: ସହାୟତାର ହାତ ବଢ଼ାଇଲେ ମାଁ ଭୈରବୀ ଟ୍ରକ ୟୁନିଅନ୍ ଏସୋସିଏସନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):‌ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଳକ ନିୟମଗିରିରେ ପାହାଡ଼ର ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର କୁନ୍ନାକାଡୁ ଗାଁର କାଣୁ ମାଝୀ ଗତ ୩ ବର୍ଷ ତଳେ ଚାଷ କରିବା ପାଇଁ ନିକଟସ୍ଥ ହରଡ଼ାଗୁଡା ଗାଁରେ ପରିବାର ସହ ରହୁଥିଲା।ଗତ ସମବାର ୩ ତାରିଖରେ ସକାଳ ୮ ଘଣ୍ଟା ସମୟ କାଣୁଙ୍କ ଦୁଇ ପୁଅ ହରଡ଼ାଗୁଡା ଗାଁରୁ ବାହାରି ନିଜ ଚାଷ ଗୁଡ଼ିଆକୁ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ରବି ମାଝୀ(୬)ର ମୃତ୍ୟୁ ଘଟିଥିଲା। ସାଥିରେ ଥିବା ରବିର ବଡ଼ଭାଇ ସାମରି ମାଝୀ (୮) ଙ୍କୁ ହାତୀ ଶୁଣ୍ଢରେ ଫିଙ୍ଗି ଦେଇଥିଲା। ଫଳରେ ତା’ ପିଠିରେ ବି ଆଘାତ ହୋଇଥିଲେ।ଶିଶୁଙ୍କୁ ହରାଇ ବାପା କାଣୁ ମାଝୀ ମା’ଙ୍କ ଆଖିରୁ ଲୁହ ଶୁଖୁନାହିଁ।ଏହି ପରିପ୍ରେକ୍ଷୀରେ ଆଜି ମା’ ଭୈରବୀ ଟ୍ରକ ୟୁନିଅନ ଏସୋସିଏସନର ସଭାପତି ଚନ୍ଦ୍ର ଶେଖର ବେହେରା, ଉପ ସଭାପତି ବଟକୃଷ୍ଣ ପୃଷ୍ଟି,ସଂପାଦକ ଆୟୁଵ ଖାଁନ,ସମାଜସେବୀ ଶ୍ରୀଧର ପେସନିଆ, ମୀନକେତନ ଷଡଙ୍ଗୀ, ନବୀନ ପାତ୍ର ପ୍ରମୁଖ ହରଡ଼ାଗୁଡା ଗାଁରେ ପହଞ୍ଚି ମୃତ ଶିଶୁଙ୍କ ବାପମା’ଙ୍କୁ ସମବେଦନା ଜଣାଇବା ସହିତ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।ତାଙ୍କ ସହିତ ତ୍ରିଲୋଚନପୁର ନାଏବ ସରପଞ୍ଚ ତରାଣୀ ସେନ ବାଗ,ଲାଞ୍ଜିଗଡ଼ ପ୍ରେସକ୍ଳବ ଉପ ସଭାପତି କ୍ଷମାନିଧି ମହାଖୁଡ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.