ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଶିଶୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ତଥା ଛାତ୍ରୀ ଚୁମକି ଦୀପଙ୍କ ସଂଯୋଜନାରେ ଶିଶୁ ଦିବସ ପାଳିତ ହୋଇଯାଇଛି | ସାମାଜିକ କର୍ମୀ ରିମା ଧରୁଆ ମୁଖ୍ୟ ଅତିଥି, ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ଶିକ୍ଷୟିତ୍ରୀ ବୈଜୟନ୍ତୀ ମହାକୁର, ଭାର୍ଗବୀ ରାଜପଲିଆ, ସଙ୍ଗୀତା ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୀବନାଦର୍ଶ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଶିଶୁ ମୁହଁରେ ହସ ଫୁଟାଇ ପାରିଲେ ହିଁ ଦୁନିଆଁ ହସିବ ବୋଲି ବକ୍ତାଗଣ ମତ ଦେଇଥିଲେ | ଛାତ୍ର ଅମ୍ଲାନ ମୁଦୁଲି, ମୋହିତ ବିଭାର ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ | ଶିକ୍ଷୟିତ୍ରୀ ବନ୍ଦନା ରଣା ସ୍ୱାଗତ ଭାଷଣ ଦେଇଥିଲେ | ଲତିକା କଲେତ, ଅଦିତି ରାଜପଲିଆ, ସମ୍ୟାରାଣୀ ମେହେର, ଅର୍ପିତା ପୁଟେଲ, ପ୍ରତୀକ୍ଷା ନାଗ, ତୃପ୍ତିମୟୀ ମେହେର, ଆରୋହୀ ରାଜପଲିଆ, ମହେଶ ଖଣ୍ଡଗିରି, ଶୁଭମ ବାରିକ, ଅମ୍ରିତ ମାହାର, ଯୋଗମୟ ବାଗ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ ଛାତ୍ର କନିଷ୍କ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.