ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଦିବସ ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମାରୋହ ରେ ମୁଖ୍ୟ ଅତିଥି ପ୍ରଭାକର ଦାସ ଯୋଗଦେଇ ଥିବା ବେଳେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା ର ମୁଖ୍ୟ ପ୍ରବନ୍ଧକ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦୀପ, ମାରୁତି କମ୍ପାନୀ ର ରାଜାରାମ ଧଙ୍ଗଡା ମାଝି, ସବ୍ୟସାଚୀ କରୁନ, ପ୍ରମୋଦ ମାଝୀ ଯୋଗଦେଇ ଥିଲେ ମୀନା ମଞ୍ଚ ର ଅଧ୍ୟକ୍ଷ ମମତାଜ ରାଣୀ, ଉପାଧ୍ୟକ୍ଷ ଥବିର ପୁଝାରୀ, ଶିକ୍ଷକ କୋଟେଶ୍ବର ରାଓ, ଶଶି ଭୂଷଣ ଦଳପତି, ସୁଜିତ କୁମାର ସାହୁ, ଶିକ୍ଷୟିତ୍ରୀ ଉପମା ବାଗ,ଉଦ୍ଦବ ବାଗ,ରୁଚିରା ନାୟକ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଶିଶୁ ହସିଲେ ଦେଶ ହସିବ ଶିର୍ଶକ ମର୍ମରେ ଉପସ୍ଥିତ ଅତିଥି ସମୁହ ମତ ପ୍ରକାଶ କରିଥିଲେ।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମାରୁତି ଏଣ୍ଟରପ୍ରାଇଜେସ ଭବାନୀପାଟଣା ଦ୍ବାରା ଛାତ୍ର ଛାତ୍ରୀ ଗହଣ ରେ କେକ କଟାଯାଇଥିଲା। ସୁରଭି ବିଜେତା କ୍ଳଷ୍ଟର, ବ୍ଳକ ଏବଂ ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୂତ କରିବା ସହିତ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ସୁପରିଚାଳନା ଶିକ୍ଷକ ରଞ୍ଜନ ବରିହା କରିଥିବା ବେଳେ ଶିଶି ଭୁଷଣ ଦଳପତି ସହଯୋଗ କରିଥିଲେ।





