ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ବିଶାଳ ବିଜୟ ଏବଂ ବିହାର ବିଧାନସଭା ନିର୍ବାଚନରେ ଏନଡିଏର ମହା ବିଜୟ: ଭବାନୀପାଟଣା ଠାରେ ପାଳିତ ହେଲା ବିଜୟ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନୂଆପଡା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ଭାଇ ଢୋଲକିଆଙ୍କ ଐତିହାସିକ ବିଜୟ ଏବଂ ବିହାର ବିଧାନସଭା ନିର୍ବାଚନରେ ଏନଡିଏର ମହା ବିଜୟକୁ ନେଇ କଳାହାଣ୍ଡି ବିଜେପି ପକ୍ଷରୁ ଭବାନୀପାଟଣା ଠାରେ ବିଜୟ ଉତ୍ସବ ପାଳିତ ହୋଇଛି I ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ନିର୍ଦ୍ଧେଶ କ୍ରମେ ଭବାନୀପାଟଣା ସ୍ଥିତ ଷ୍ଟେଚୁ ଛକ ଠାରେ ଭବାନୀପାଟଣା ନଗର ମଣ୍ଡଳର ଶତାଧିକ କର୍ମକର୍ତ୍ତା ଏବଂ ପଦାଧିକାରୀ ଏକତ୍ରିତ ହୋଇ ବାଜା ବାଦ୍ୟ ସହ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରି ଏକ ଶୋଭାଯାତ୍ରାରେ ମା ମାଣିକେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ଗାନ୍ଧି ଛକ ହୋଇ ନଗର ପରିକ୍ରମା କରିଥିଲେ I ବିଜୟ ଉତ୍ସବର ସଂଯୋଜକ ନଗର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏକତ୍ରିତ କରି ଏହି ବିଜୟ ଉତ୍ସବରେ ସାମିଲ କରାଇଥିଲେ I ମହା ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଉପ ସଭାପତି ପ୍ରଶାନ୍ତ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି, ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର, ବରିଷ୍ଟ ନେତା ଭାରତ ଭୂଷଣ ଦେଓ, ଅକୁର ହରପାଲ୍, ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ମାନସ ଜେନା, ବିଜୟ ମହାରଣା, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସୋଭାଗିନୀ ପାତ୍ର, ଶର୍ମିଷ୍ଠା ନାଏକ, ଅନିତା ବିଶ୍ଵାଳ, ରାକେଶ ଶର୍ମା, ଧବଳେଶ୍ୱର ମାଝୀ, ସତ୍ୟନାରାୟଣ ବିଶି, ପ୍ରଭାତ ସାହୁ, ପ୍ରାଣ କିଶୋର ପଣ୍ଡା, ଭାରତ ଭୂଷଣ ମହାନ୍ତି, ଚକ୍ରଧର ସେଠି, ମୁରଲୀଧର ସେଠିଙ୍କ ସହ ଜିଲ୍ଲା ମିଡିଆ ସଂଯୋଜୋକ ନରହରି ପଟ୍ଟନାୟକ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.