୩ ଅନାଥ ଶିଶୁଙ୍କୁ ଶିକ୍ଷା ସାମଗ୍ରୀ ପ୍ରଦାନ କଲେ ଖୁସି ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା 

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ):ଲାଞ୍ଜିଗଡ ବ୍ଲକ କୂତରୁମାଳୀ ପଞ୍ଚାୟତ ପାଜୀଖାମନ ଗାଁ ରେ ରହୁଛନ୍ତି ୩ ଜଣ ଅନାଥ ଶିଶୁ କ୍ରିଷ୍ମା ମାଝୀ (୧୭), ରମା ମାଝୀ (୭), କିରଣ ମାଝୀ (୫) l ପିତା ନାର୍ଣ୍ଣ ମାଝୀ ୨୦୧୭ ରେ କୌଣସି କାରଣରୁ ମୃତ୍ୟୁ ହୋଇଥିବା ବେଳେ ମାତା ତେଲ ମାଝୀ ଏହି ବର୍ଷ ସେ ମଧ୍ୟ ଇହଧାମ ତ୍ୟାଗ କରିଛନ୍ତି l ତିନିଜଣ ଶିଶୁ ଭାଗ୍ୟକୁ ଆଦରି ଝାଟିମାଟି କୁଡ଼ିଆରେ ରହୁଥିଲେ l ହେଲେ ଗତ କିଛିଦିନ ତଳେ ହାତୀ ଆକ୍ରମଣ କରି ସମ୍ପୂର୍ଣ୍ଣ ଘରକୁ ଛାରଖାର କରିଦେଇଛି l ସେମାନେ ତାଙ୍କର କାକା ପିତାମ୍ବର ମାଝୀଙ୍କ ଘରେ ଆଶ୍ରୟ ନେଇଛନ୍ତି l ଏହି ସମସ୍ୟା ବିଷୟରେ ଖବର ପାଇଁ ଆଜି ଖୁସି ଚାରିଟେବୁଲ ଟ୍ରଷ୍ଟର ସଭାପତି ଯଶୋବନ୍ତ ରଣା, କୋଷାଧକ୍ଷ ଧୀରେନ୍ଦ୍ର ସୁନାନୀ ଓ ନବୀନ ମାଝୀ ପାଜୀଖମାନ ଗାଁ କୁ ଯାଇ ଶିଶୁ ମାନଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ ହୋଇ ଶିଶୁ ମାନଙ୍କର ଉନ୍ନତ ଶିକ୍ଷା ପାଇଁ ସ୍କୁଲ ବ୍ୟାଗ, ଖାତା, ପେନସିଲ, କଲମ ପ୍ରଭୁତି ଶିକ୍ଷଣ ପ୍ରଦାନ କରିଛନ୍ତି l ଖୁବ ଶୀଘ୍ର ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଭେଟି ଶିଶୁ ମାନଙ୍କ ଉନ୍ନତ ଶିକ୍ଷା ପାଇଁ ଆଲୋଚନା କରିବାକୁ ପ୍ରତିଶୃତି ଦେଇଛନ୍ତି l ଜିଲ୍ଲା ପ୍ରଶାସନ ସେମାନଂକୁ ରହିବାପାଇଁ ଘର ଖଣ୍ଡେ ଓ ରେଡ଼କ୍ରସ ପାଣ୍ଠିରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ବେଛାସେବୀ ଶ୍ରୀ ରଣା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.