କଳାହାଣ୍ଡି ମୁଣ୍ଡା ସମାଜ ପକ୍ଷରୁ ରାଣୀପଟା ଠାରେ କ୍ରାନ୍ତିବୀର ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ଇତିହାସର ସବୁଠାରୁ ଶକ୍ତିଶାଳୀ ଆଦିବାସୀ ମେଳି ଏବଂ ଜନ ଆନ୍ଦୋଳନର ମହାନାୟକ ଥିଲେ କ୍ରାନ୍ତିବୀର ବିର୍ସା ମୁଣ୍ଡା। ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଥିଲେ ଆଦିବାସୀମାନଙ୍କ ଆତ୍ମ ପରିଚୟ ଓ ସ୍ବାଭିମାନର ସୁରକ୍ଷା ପାଇଁ ସଂଘର୍ଷର ମୂର୍ତ୍ତିମନ୍ତ ପ୍ରତୀକ। ତେଣୁ ସେ ଆଦିବାସୀ ସମାଜରେ ଭଗବାନ ଓ ଧରତୀ ଆବା ଭାବରେ ଚୀର ନମସ୍ୟ ଓ ପୂଜ୍ୟ ବୋଲି ରାଣୀପଟା ଠାରେ କଳାହାଣ୍ଡି ଜିଲ୍ଲା ମୁଣ୍ଡା ସମାଜ ପକ୍ଷରୁ ଆୟୋଜିତ କ୍ରାନ୍ତିବୀର ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ମତ ପ୍ରକାଶ ପାଇଛି। ନର୍ଲା ବ୍ଳକ ଅନ୍ତର୍ଗତ ରାଣୀପଟା ଠାରେ ମୁଣ୍ଡା ସମାଜ ପକ୍ଷରୁ ଜିଲ୍ଲାସ୍ତରୀୟ ବିର୍ସା ମୁଣ୍ଡା ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ମଶାଳ ଯାତ୍ରା ଏବଂ ମଞ୍ଚରେ ଭଗବାନ ବିର୍ସା ମୁଣ୍ଡାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଯୁବତୀ ଓ ଯୁବକମାନେ ମୁଣ୍ଡାରୀ ଗୀତ ଗାନ କରିଥିଲେ। ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ମୁଣ୍ଡା ସମାଜ ସଭାପତି ଫକିର ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଶିଷ୍ଟ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ଵତୀ ମୁଣ୍ଡା, ଗାଡେବନ୍ଧ ସରପଞ୍ଚ କବିତା ବାଗ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଗାଡେବନ୍ଧ ସମିତି ସଭ୍ୟାଙ୍କ ପ୍ରତିନିଧି ଅଜିତ କୁମାର ସାହୁ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ମୁଣ୍ଡା ସମାଜର କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ କବିରାଜ ମୁଣ୍ଡା, ବିଶିଷ୍ଟ ଆଦିବାସୀ ନେତା ତଥା ନର୍ଲା ବ୍ଳକ୍ ଆଦିବାସୀ ସଂଘ ଉପସଭାପତି ବୀର କିଶୋର ମାଝୀ, କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସହ ସମ୍ପାଦକ ଦେବ ମାଝୀ, ନବରଙ୍ଗପୁର ଆଇଆଇସି ଟଙ୍କଧର ମୁଣ୍ଡା, ଡୋଲାମଣି ମାଝୀ , ସଞ୍ଜିବ ମାଝୀ, ଅନିଲ ଦାସ, କଲ୍ୟାଣୀ ଦାସ, ସଞ୍ଜୟ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମୁଣ୍ଡା ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ ଅଧିକାରୀମାନେ ନୃତ୍ୟ ପରିବେଷଣ କରିଥିଲେ। ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଯୁବ ନେତୃତ୍ବ ଡିଙ୍ଗର ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ରାଣୀପଟା, ଗୁଣପୁର ଓ ସରିଆଁ ଗ୍ରାମର ମୁଣ୍ଡା ସମାଜ ସମେତ ଗଣେଶ ମୁଣ୍ଡା, ହରେଶ୍ବର ମୁଣ୍ଡା, ଅର୍ଜୁନ ମୁଣ୍ଡା, ବେଣୁ ମୁଣ୍ଡା, ନରେଶ ମୁଣ୍ଡା, ରଘୁନାଥ ମୁଣ୍ଡା, ଦିଗାମ୍ବର ମୁଣ୍ଡା ଓ ଘନ ମୁଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.