କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ୨୦୨୫ ଅର୍ପଣ ସମାରୋହ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କୋଲକାତା: ନୂଆଦିଲ୍ଲୀ ତ୍ରିବେଣୀ କଳା ସଂଗମଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ବାଲ୍ ସାହିତ୍ୟ ପୁରସ୍କାର ୨୦୨୫ ଅର୍ପଣ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତର ୨୪ଟି ଭାଷାର ଶିଶୁ ସାହିତ୍ୟିକମାନେ ପୁରସ୍କୃତ ହୋଇଛନ୍ତି। 

Omkar Vasthu
Omkar Vasthu

ପୁରସ୍କାର ବିତରଣୀ ସମାରୋହର ମୁଖ୍ୟ ଅତିଥି ବିଶିଷ୍ଟ ଗୁଜରାଟୀ ଲେଖିକା ବର୍ଷା ଦାସ କହିଛନ୍ତି ଯେ, ଶିଶୁ ସାହିତ୍ୟ ବିବିଧତା ମଧ୍ୟରେ ଏକତାର ଅନନ୍ୟ ବାର୍ତ୍ତା ବହନ କରେ ଏବଂ ଶିଶୁମାନଙ୍କର ଆତ୍ମବିଶ୍ୱାସ ବଢ଼ାଇଥାଏ।

Pearl dental clinic
Near Ashish Medical Store, Bhawanipatna

ସେ ଗୁଜରାଟୀ ଭାଷାର ପ୍ରଖ୍ୟାତ ଶିଶୁ ସାହିତ୍ୟିକ ଗିଜୁଭାଇ ବଧେକାଙ୍କ ରଚନାର ଉଦାହରଣ ଦେଇ କହିଛନ୍ତି ଯେ, ଏହି ସାହିତ୍ୟ ଶିଶୁମାନଙ୍କୁ ପାଠ୍ୟକ୍ରମ ପ୍ରତି ଆଗ୍ରହୀ କରିବା ସହ ସମଗ୍ର ବିଶ୍ୱ ସହିତ ସଂଯୋଗ ସ୍ଥାପନ କରେ। ସେ ଭାରତୀୟ ଭାଷାମାନଙ୍କରେ ଶିଶୁ ସାହିତ୍ୟର ଅନୁବାଦକୁ ନିରନ୍ତର ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

Udyog Nursery
Udyogi Nursery

ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ମାଧବ କୌଶିକ ଅଧ୍ୟକ୍ଷତା କରି କହିଛନ୍ତି ଯେ, ବର୍ତ୍ତମାନ ଶିଶୁ ସାହିତ୍ୟିକମାନେ ଜେଜେବାପା-ଜେଜେମା’, ଶିକ୍ଷକ-ଶିକ୍ଷୟିତ୍ରୀ ଓ ମାତା-ପିତାଙ୍କ ଭୂମିକା ତୁଲ୍ୟ। ଉତ୍ତମ ଶିଶୁ ସାହିତ୍ୟ ଶିଶୁମାନଙ୍କୁ ଛୋଟବେଳୁ ଉପଲବ୍ଧ ହେଲେ ସେମାନେ ଆତଙ୍କବାଦ ଓ ଅନ୍ୟାନ୍ୟ ନକାରାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରହିବେ ଏବଂ ଏହା ମଣିଷକୁ ପ୍ରକୃତ ମଣିଷ କରିବାର ରାହା ଦେଖେଇଥାଏ। 

ସଚିବ ପଲ୍ଲବୀ ପ୍ରଶାନ୍ତ ହୋଳକର କହିଛନ୍ତି ଯେ, ଡିଜିଟାଲ ଯୁଗରେ ଶିଶୁ ସାହିତ୍ୟିକମାନେ ଏକ ମଶାଲ ସ୍ୱରୂପ ଯିଏ ଶିଶୁମାନଙ୍କୁ ନୈତିକ ଦାୟିତ୍ୱ ଓ ମୂଲ୍ୟବୋଧ ଶିଖାନ୍ତି। 

ଉପାଧ୍ୟକ୍ଷା କୁମୁଦ ଶର୍ମା କହିଛନ୍ତି ଯେ, ଶିଶୁମାନଙ୍କ କୋମଳ ମନ ସ୍ଲେଟ୍ ପରି ଯାହା ଉପରେ ଲେଖାଯାଇଥିବା ଗଭୀର ଛାପ ଛାଡ଼େ, ତେଣୁ ସୁନ୍ଦର ଚିତ୍ରଯୁକ୍ତ ପୁସ୍ତକ ମାଧ୍ୟମରେ ସେମାନଙ୍କୁ ମୋବାଇଲ୍‌ରୁ ଦୂରେଇ ରଖି ଏକ ସୁସ୍ଥ ସମାଜ ଗଢ଼ିବା ଆମର ଦାୟିତ୍ୱ।

ପୁରସ୍କୃତ ଲେଖକ ଓ ପୁସ୍ତକମାନ ହେଲେ:  ଅହମିୟା – ମଇନାହନ୍ତର ପଦ୍ୟ (କବିତା): ସୁରେନ୍ଦ୍ର ମୋହନ ଦାସ; ବାଂଲା – ଏଖନଉ ଗାୟେ କାଣ୍ଟା ଦେୟ (ଗଳ୍ପ): ତ୍ରିଦିବ କୁମାର ଚଟ୍ଟୋପାଧ୍ୟାୟ; ବଡ଼ୋ – ଖାନ୍ଥି ବୋସୋନ ଆରୋ ଆଖୁ ଦାନାୟ (ଗଳ୍ପ): ବିନୟ କୁମାର ବ୍ରହ୍ମ; ଡୋଗରୀ – ନନ୍ହୀଁ ଟୋର (କବିତା): ପି.ଏଲ୍. ପରିହାର “ଶୌକ୍”; ଇଂରାଜୀ – ଦକ୍ଷିଣ: ସାଉଥ୍ ଇଣ୍ଡିଆନ୍ ମିଥ୍ସ ଏଣ୍ଡ ଫେବଲ୍ସ ରିଟୋଲ୍ଡ (ଗଳ୍ପ): ନିତିନ କୁଶଲପ୍ପା ଏମ୍‌ପି; ଗୁଜରାଟୀ – ଟିଞ୍ଚାକ (କବିତା): କୀର୍ତ୍ତିଦା ବ୍ରହ୍ମଭଟ୍ଟ; ହିନ୍ଦୀ – ଏକ ବଟେ ବାରହ (ସଂସ୍ମରଣ): ସୁଶୀଲ ଶୁକ୍ଲ; କନ୍ନଡ – ନୋଟବୁକ୍ (ଗଳ୍ପ): କେ. ଶିବଲିଙ୍ଗପ୍ପା ହନ୍ଦିହାଲ; କାଶ୍ମୀରୀ – ଶୁରେ ତେ ଚୁରେ ଗ୍ୟୁଶ (ଗଳ୍ପ): ଇଜହାର ମୁବଶିର; କୋଙ୍କଣୀ – ବେଲାବାୟଚୋ ଶଙ୍କର ଆନୀ ହେର କାଣ୍ୟୋ (ଗଳ୍ପ): ନୟନା ଆଡାରକର; ମୈଥିଲୀ – ଚୁକ୍କା (ଗଳ୍ପ): ମୁନ୍ନୀ କାମତ; ମଲୟାଳମ୍ – ପେଙ୍ଗିନୁକଳୁଦେ ବଙ୍କରାୟଳ (ଉପନ୍ୟାସ): ଶ୍ରୀଜିତ୍ ମୁତ୍ତେଡତ୍ତୁ; ମଣିପୁରୀ – ଅଙାଙ୍ଗଶିଙ୍ଗୀ ଶାନବୁଙ୍ଗସିଦା (ନାଟକ): ଶାନ୍ତୋ ଏମ୍; ମରାଠୀ – ଆଭାଳମାୟା (କବିତା): ସୁରେଶ ସାବନ୍ତ; ନେପାଳୀ – ଶାନ୍ତି ବନ (ଉପନ୍ୟାସ): ସାଙ୍ଗମୁ ଲେପ୍ଚା; ଓଡ଼ିଆ – କେତେ ଫୁଲ ଫୁଟିଚି (କବିତା): ରାଜକିଶୋର ପାଢ଼ୀ; ପଞ୍ଜାବୀ – ଜାଦୁ ପତ୍ତା (ଉପନ୍ୟାସ): ପାଲି ଖାଦିମ (ଅମୃତ ପାଲ ସିଂହ); ରାଜସ୍ଥାନୀ – ପଂଖେରୁବଂ ନୀ ପୀଡା (ନାଟକ): ଭୋଗୀଲାଲ ପାଟୀଦାର; ସଂସ୍କୃତ – ବାଲବିଶ୍ୱମ୍ (କବିତା): ପ୍ରୀତି ପୂଜାରା; ସାନ୍ତାଳୀ – ସୋନା ମୀରୁ-ବାକ୍ ସାଂଦେଶ (କବିତା): ହରଲାଲ ମୁର୍ମୁ; ସିନ୍ଧୀ – ଆସମାନୀ ପରୀ (କବିତା): ହୀନା ଅଗନାଣୀ ‘ହୀର’; ତାମିଲ – ଓଟ୍ରାଇ ଚିରଗୁ ଓଭିୟା (ଉପନ୍ୟାସ): ବିଷ୍ଣୁପୁରମ୍ ସରବଣନ୍; ତେଲୁଗୁ – କବୁର୍ଲା ଦେବତା (ଗଳ୍ପ): ଗଙ୍ଗିଶେଟ୍ଟି ଶିବକୁମାର; ଉର୍ଦ୍ଦୁ – କୌମୀ ସିତାରେ (ଲେଖ): ଗ଼ଜନଫର ଇକବାଲ।

ପ୍ରତ୍ୟେକ ପୁରସ୍କୃତ ଲେଖକଙ୍କୁ ଏକ ଉତ୍କୀର୍ଣ୍ଣ ତାମ୍ରଫଳକ ଓ ୫୦,୦୦୦ ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.