ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସଂଯୋଜନା କରିଥିଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ । ଉପ ସଭାପତି ଶ୍ରୀମତୀ ଶୋଭାଗିନି ନନ୍ଦ କବିତା ଉପରେ ସମ୍ୟକ ଭାବରେ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ଅତିଥି କବି ଭାବେ ସୌମ୍ୟରଞ୍ଜନ ସ୍ୱାଇଁ, ରାମକୃଷ୍ଣ ନନ୍ଦ, ସରୋଜିନୀ ସୂତାର, ସଂଘମିତ୍ରା ଭୂତିଆ, ଅମିତ କୁମାର ସ୍ୱାଇଁ, ଶାଶ୍ଵତୀ ପ୍ରିୟଦର୍ଶିନୀ, ପରମାନନ୍ଦ ବେହେରା, ଅଭିନନ୍ଦନ ଦୀକ୍ଷିତ ଯୋଗ ଦେଇଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଗ ଧାଡ଼ିର କବି କବୟିତ୍ରୀ କବିତା ପାଠ କରିଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ଶହେରୁ ଉର୍ଦ୍ଧ୍ବ ସାହିତ୍ୟ ପ୍ରେମୀ ଏଥିରେ ସାମିଲ ହୋଇଥିଲେ । ଶେଷରେ ଶୋଭାଗିନି ନନ୍ଦ କବିତା ଗୁଡ଼ିକ ସମୀକ୍ଷା କରି ସମସ୍ତ କବି କବୟିତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।





