ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ବିଳନୀ କକ୍ଷ ପରିସରରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାୟଗଡ଼ା ବିଧାୟକ ଆପୁଲସ୍ୱାମୀ କଡ୍ରାକା, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲାର ମାଁ ମାଣିକେଶ୍ବରୀ ମହାବିଦ୍ୟାଳୟର ଅଧ୍ୟାପକ ଡ ରମେଶ ଚନ୍ଦ୍ର ଶତପଥି, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାଏକ, ସମ୍ମନିତ ଆଦିବାସୀ ଉନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଭୀମସେନ ନାଏକ, ଡ଼ିଏସ୍ଓ ରାୟଗଡ଼ା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ଅସୁବିଧା ଗୁଡ଼ିକୁ ନେଇ ଆଲୋଚନା ପର୍ଯ୍ୟଲୋଚନା କରିଥିଲେ | ଏହି ଆଲୋଚନାରେ ବରିଷ୍ଠ ସାମ୍ବାଦିକ ରାଜେଶ ପଟ୍ଟନାୟକ, ଗୋପରଞ୍ଜନ ବକ୍ସିପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଧାୟକ କାଡ୍ରାକା ଆସନ୍ତା ୨୭ ତାରିଖରେ ହେବାକୁଥିବା ବିଧାନସଭା ଶୀତ ଅଧିବେଶନ ରେ ରାଜ୍ୟର ସମସ୍ତ ସାମ୍ବାଦିକଙ୍କ ହିତ ପାଇଁ ପ୍ରସ୍ତାବ ରଖିବି ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ । ଏହି ଦିବସ ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ପ୍ରଶାସନ ତରଫରୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା |





