ସାମାନ୍ୟ ବଚସାକୁ ନେଇ ଟାଙ୍ଗିଆରେ ଆକ୍ରମଣ, ଡ଼ଙ୍ଗରିଆ ଯୁବକଙ୍କ ଅବସ୍ଥା ଗୁରୁତର

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ବାଇକ ଚଳେଇବାକୁ ନେଇ ଉଭୟଙ୍କ ମଧ୍ୟରୁ ବଚସା ହୋଇଥିଲା । ଘଟଣା ଟି ଘଟିଛି ଉଭୟ ଗୋଟିଏ ଗାଁର ଡ୍ରିଞ୍ଜୁ ଶିକକା (୧୮) ଓ ମାନ୍ଦୁ କାଡ୍ରାକା (୨୨) ବୋଲି ଜଣାପଡିଛି । ଏହି ଘଟଣା ଆଜି ସକାଳ ସମୟରେ ହୋଇଥିଲା ପରବର୍ତ୍ତୀ ସମୟରେ ଡ୍ରିଞ୍ଜୁ ଶିକକା ରାଗ ଜର୍ଜରିତ ଅବସ୍ଥା ରେ ମାନ୍ଦୁ କାଡ୍ରାକା କୁ ମୁଣ୍ଡରୁ ଗଣ୍ଡି ଅଲଗା କରିବା ଉଦେଶ୍ୟରେ ଉତ୍ୟକ୍ତ ହୋଇ ଟାଙ୍ଗିଆରେ ୪ /୫ ଥର ବେକରେ ହାଣିବାକୁ ଚେଷ୍ଟା କରି ଥିଲା | ଶେଷରେ କାନ୍ଧ ପାଖରେ ଟାଙ୍ଗିଆରେ ହାଣି ଥିଲା । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପାର୍ସାଲି ପଞ୍ଚାୟତ ସାନ ଡେଙ୍ଗନେଲି ଗ୍ରାମରେ । ଗୁରୁତର ଯୁବକକୁ ସ୍ଥାନୀୟ ଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ଆଘାତ ହୋଇଥିବା ସ୍ଥାନରେ ୪ ଗୋଟି ସିଲେଇ କରି ଔଷଧ ପ୍ରଦାନ କରିବା ସହ ଯୁବକ ଜଣକ ସୁସ୍ଥ ରହିଥିବା ସୂଚନା ଦେଇଛନ୍ତି । ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଡ୍ରିଞ୍ଜୁ ଶିକକା ଟାଙ୍ଗିଆରେ ଆକ୍ରମଣ ପରେ ଫେରାର ରହିଥିବା ଗାଁ ଲୋକେ ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଥାନା ଏସ୍ଆଇ ହେମନ୍ତ କୁମାର ବୋରିହାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଲିଖିତ ଅଭିଯୋଗ ହୋଇଛି, ସମ୍ପୃକ୍ତ ଘଟଣାକୁ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.