ତୁମ୍ବେଶ୍ୱରଙ୍କ ପୀଠରେ ଖରୁଡ଼ା ପରିବାର କର୍ମକର୍ତ୍ତାଙ୍କ ସାଧାରଣ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ତୁମ୍ବେଶ୍ବରଙ୍କ ପୀଠରେ ଗଞ୍ଜାମ ଜିଲ୍ଲା ଖରୁଡ଼ା ପରିବାର ପରିବାର କଲ୍ୟାଣ ପରିଷଦ ର ସମସ୍ତ କର୍ମକର୍ତ୍ତାମାନଙ୍କୁ ନେଇଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆମ ଜିଲ୍ଲର ଜିଲ୍ଲା ସଂଯୋଜକ ଡ଼ା. ଯୋଗେନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ଉକ୍ତ ବୈଠକ ରେ ଆମ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ପେଣ୍ଠର କିଛି ପରିବାରରେପାରିବାରିକ ଅଶାନ୍ତି ଓ ମନୋ ମାଳୀନ ଯୋଗୁଁ ଉକ୍ତ ପରିବାର ର ଦରଖାସ୍ତ ଆମର ହସ୍ତଗତ ହୋଇଛି ତାହା ର କିଛି ସମାଧାନ ହୋଇଛି ଏବଂ କିଛି ସମାଧାନ ହୋଇପାରିନାହଁ, ତାହାରିଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏବଂ ପାରିବାରିକ ସମସ୍ୟା କିପରି ଆଗକୁ ସମାଧାନ ହୋଇପାରିବ ଡ଼ା. ଯୋଗେନ୍ଦ୍ର ନାୟକ, କେନ୍ଦ୍ର କମିଟି ର ବରିଷ୍ଠ କର୍ମକର୍ତା ଶ୍ରୀ ଲିଙ୍ଗରାଜ ନାୟକ ଓ ଉପଦେଷ୍ଟା ନିରଞ୍ଜନ ନାୟକ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବୈଠକ ରେ ଆମର କର୍ମକର୍ତା ଶ୍ରୀ ଚିତ୍ରସେନ ମହାପାତ୍ର, ବରିଷ୍ଠ ଆଇନ ଜୀବୀ ଜନାର୍ଦ୍ଦନ ସୁବୁଦ୍ଧି, ଶ୍ରୀ ଜୟନାରାୟଣ ନାୟକ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାୟକ, ଶିବ ରାମ ନାୟକ, କେନ୍ଦ୍ର କର୍ମକର୍ତା ପ୍ରଦୀପ କୁମାର ନାୟକ, ଅଶୋକ କୁମାର ନାୟକ, ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ, ଶ୍ରୀ ବଳରାମ ସାହୁ,ଶ୍ରୀ ସୁଦର୍ଶନ ନାୟକ ଓ ସୁରେନ୍ଦ୍ର ବେହେରା ସମେତ ଉକ୍ତ ଗ୍ରାମ ର ବହୁ ଖଡୁରା ଭାଇମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସମସ୍ତ ପରିବାର ଯେପରି ହସ ଖୁସିରେ ଜୀବନ ଅତିବାହିତ କରିବେ ତାଉପରେ ସମସ୍ତ ଙ୍କୁ କିଛି ଉପଦେଶ ଦିଆଯାଇ ବୈଠକ ସାଙ୍ଗ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.