ନର୍ଲା ପାଚିକା ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୯ ଦଫା ଦାବୀପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ବିଶ୍ଵ ରଞ୍ଜନ ସା ଓ ଅଖିଳ ଭାରତୀୟ ମଧ୍ୟାହ୍ନ ମହାସଂଘର ରାଷ୍ଟ୍ରୀୟ ସମ୍ପାଦିକା ତପସ୍ୱିନୀ ମହାରଣାଙ୍କ ନେତୃତ୍ବରେ ସୋମବାର ଦିନ ନର୍ଲା ଶିଶୁ ମନ୍ଦିର ଛକରୁ ଶହଶହ ସଂଖ୍ୟାରେ ପାଚିକା ମାନେ ଏକ ଶୋଭା ଯାତ୍ରାରେ ବାହାରି ୯ ଦଫା ସମ୍ବଳିତ ଏକ ଦାବୀପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଦାବୀ ଗୁଡିକ ମଧ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନାର ରୋସେୟାଙ୍କୁ ମାସିକ ସର୍ବ ନିମ୍ନ ଟ,୧୦,୦୦୦ ଦେୟ ପ୍ରଦାନ କରାଯାଉ। ଏମଡିଏମ ଯୋଜନାର ଘରୋଇ କରଣ ବନ୍ଦ କରାଯାଉ। ଏବଂ ସ୍କୁଲରେ ହିଁ ଯେଉଁ ଠାରେ ସଂଶାଧନ ଉପଲବ୍ଧ ଅଛି ସେଠାରେ ଘରୋଇ ସଂସ୍ଥାକୁ ଦେବାକୁ ବନ୍ଦ କରାଯାଉ। ଖାଦ୍ୟ ପ୍ରସ୍ତୁତ ସମୟରେ ଯଦି କୌଣସି କର୍ମଚାରୀଙ୍କ ଦୁର୍ଘଟଣା ହେଉଛି ସେହି ରୋଷେୟା ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ବ୍ୟବସ୍ଥା ସହିତ ମୃତ୍ୟୁ ବା ସମ୍ପୂର୍ଣ୍ଣ ଅକର୍ମଣ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଉପଯୁକ୍ତ କ୍ଷତି ପୂରଣ ରାଶି ଦେବା ବା ବୀମା ଅନ୍ତର୍ଭୁକ୍ତ କରିବାର ପ୍ରାବଧାନ କରନ୍ତୁ। ଆଶା ଏବଂ ଅଙ୍ଗନୱାଡ଼ି ଭଳି ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରୟୋଜିତ ଯୋଜନାର କର୍ମୀ ମାନଙ୍କ ପରି ମାଗଣା ବୀମା ଯୋଜନା ପ୍ରଦାନ କରାଯାଉ। ମଧ୍ୟାହ୍ନ ଭୋଜନ ଯୋଜନାର ରୋଷେୟା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଇପିଏଫ/ଇଏସଆଇ ଅନ୍ତର୍ଭୁକ୍ତ କରିବା ସହିତ ପେନସନ ସୁବିଧା ପ୍ରଦାନ କରାଯାଉ। ମଧ୍ୟାହ୍ନ ଭୋଜନ ଯୋଜନାର ରୋଷେୟା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଗୋଟିଏ କାର୍ଯ୍ୟ ବର୍ଷରେ ୧୦ମାସ ବଦଳରେ ସମ୍ପୂର୍ଣ୍ଣ ଏକ ବର୍ଷର ଦେୟ ରାଶି ପ୍ରଦାନ କରାଯାଉ। ମଧ୍ୟାହ୍ନ ଭୋଜନ ଯୋଜନାର ନିୟୋଜିତ କର୍ମଚାରୀ ମାନଙ୍କୁ ବର୍ଷକୁ ୨ ଯୋଡ଼ା ୟୁନିଫର୍ମ ପ୍ରଦାନ କରାଯାଉ। ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ଆଧାରରେ ରୋଷେୟା ନିଯୁକ୍ତି କରିବା ବ୍ୟବସ୍ଥା ଅଛି। ଯଦି କୌଣସି ପରିସ୍ଥିତିରେ ସ୍କୁଲରେ ପିଲାଙ୍କ ସଂଖ୍ୟା ହ୍ରାସ ପାଏ ତେବେ ଏହି କ୍ଷେତ୍ରରେ ରୋଷେୟା ମାନଙ୍କୁ ମୁକ୍ତ କରାଯାଏ, ତେବେ ମୁକ୍ତ ରୋଷେୟା ମାନଙ୍କୁ ପୁନଃ ସ୍ଥାପନା ପାଇଁ ଉପଯୁକ୍ତ ନିୟମ ଅଣାଯାଉ। ମଧ୍ୟାହ୍ନ ଭୋଜନ ଯୋଜନାର ନିୟୋଜିତ କର୍ମଚାରୀଙ୍କୁ ଆକସ୍ମିକ ଏବଂ ପ୍ରସୂତି ଛୁଟି ପ୍ରଦାନ ପାଇଁ ନିୟମ ପ୍ରଣୟନ କରାଯାଉ। ଏଭଳି ୯ ଗୋଟି ପ୍ରସ୍ତାବ ସମ୍ବଲିତ ଦାବୀ ପତ୍ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲଙ୍କୁ ପ୍ରଦାନ କରିଥିଲେ। ଉପସ୍ଥିତ ପାଚିକା ମାନଙ୍କ ମଧ୍ୟରେ ନର୍ଲା ବ୍ଲକ ପାଚିକା ସଂଘର ସଭାପତି ପ୍ରତିମା ମାଝୀ, ସନ୍ତୋଷିନୀ ନାଏକ ସମ୍ପାଦିକା, ଜିଲ୍ଲା ସେକ୍ରେଟାରୀ ବିମଳା ଗୌଡ, ଅନ୍ୟମାନଙ୍କ ମଧ୍ୟରେ ଦମୟନ୍ତୀ ମାଝୀ, ସନ୍ୟାସୀ ପଧାନ, ବାସନ୍ତୀ ମାଝୀ, ଲିଲି ଗୌଡ, ଲକ୍ଷ୍ମୀ ଗୌଡ଼, ରେଖା ନାଗ ପ୍ରମୁଖ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.