ଗୋଲାମୁଣ୍ଡାରେ ସମ୍ବିଧାନ ସଚେତନତା ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ମୂଳନୀବାସୀ ବହୁଜନ ମିଳିତ ମହାସଂଘ ଆନୁକୂଲ୍ୟରେ ସାରା ରାଜ୍ୟରେ ପରିକ୍ରମା କରୁଥିବା ସମ୍ବିଧାନ ସଚେତନତା ରଥ ମଙ୍ଗଳବାର ଗୋଲାମୁଣ୍ଡା ବ୍ଲକକୁ ପହଞ୍ଚିଛି। ସେଠାରେ ରଥକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରଥମେ ଗୋଲାମୁଣ୍ଡା ବ୍ଲକ ଅଫିସ ନିକଟରୁ ରଥକୁ ସ୍ବାଗତ କରାଯାଇ ନଗର ପରିକ୍ରମା କରାଯାଇଥିଲା।ଏଥିରେ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଅଞ୍ଚଳର ସମ୍ବିଧାନ ପ୍ରେମୀ ହୁଳହୁଳି ଦେଇ ଶୋଭାଯାତ୍ରା ମାଧ୍ୟମରେ ଗୋଲାମୁଣ୍ଡା ଦୁର୍ଗା ମଣ୍ଡପ ପାଖକୁ ଆସିଥିଲେ। ସେଠାରେ ବାବାସାହେବ ଆମ୍ବେଦକରଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରି ଏହି ସମ୍ବିଧାନ ସଚେତନ ରଥ ପରିକ୍ରମାର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏମବିଏମଏମ କଳାହାଣ୍ଡି ପକ୍ଷରୁ ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ମହାକୁଡ଼, ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, ରାଜ୍ୟ ଉପସଭାପତି ଲିଙ୍ଗରାଜ ଆଜାଦ, କାର୍ଯ୍ୟକାରୀ ସଭାପତି ତଥା ମହାସଚିବ ଏଓଏସସିଏଫ କଳାହାଣ୍ଡି ଯତୀନ୍ଦ୍ର କର, ଢଗମାଳିଆ ନାଏକ, ରମଣୀ ଦୁରିଆ, ଡମ ସମାଜ ବିକାଶ ପରିଷଦ ସଭାପତି ରାମ କୁମାର ସେନାପତି, ଯୁବ ନେତା ସାଉଲ ମଙ୍ଗରାଜ, ଉପଦେଷ୍ଟା ମୁନିଆ ସିପକା, ପ୍ରଶାନ୍ତ ନାଏକ ପ୍ରମୁଖ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଆମେ ଯେମିତି ପୁରାଣ,ବାଇବେଲ,କୋରାନ ପ୍ରତିଦିନ ପଠନ କରୁଛୁ । ସେହି ଭଳି ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମ୍ବିଧାନ ପଢ଼ିବା ଆବଶ୍ୟକ ରହିଛି। ସମ୍ବିଧାନ ରେ ସମସ୍ତ ଙ୍କ ମୁକ୍ତି ଅଛି, ଦେଶ ସମ୍ବିଧାନ ଦ୍ୱାରା ଚାଲୁଚି। ଏହି ସମ୍ବିଧାନ ସଚେତନତା ରଥ ଲୋକଙ୍କୁ ମୌଳିକ ଅଧିକାର ବିଷୟରେ ସଚେତନ କରୁଛି ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.