କରମତଲାରେ ପିଏମ ପ୍ରଣାମ କୃଷକ ସଂଗୋଷ୍ଠୀ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା / ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ କରମତଲାରେ ଜୟରାମ ଫର୍ଟିଲାଇଜର ଆନୁକୂଲ୍ୟରେ ପିଏମ ପ୍ରଣାମ କୃଷକ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମାନବେନ୍ଦ୍ର ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପାରାଦ୍ୱୀପ ଫସ୍ଫେଟର ଆଞ୍ଚଳିକ ପରିଚାଳକ ଡ. ଅତୁଲ ପାଣ୍ଡେ, ମୁଖ୍ୟ ପରିଚାଳକ ଡ. ସୁନୀଲ ପ୍ରସାଦ ସାହୁ, ପରିଚାଳନା ନିର୍ଦେଶକ ଡ. ନିର୍ମଳ କିଷାନୀ, ବଲାଙ୍ଗୀର ସଂଯୋଜକ ଶୁଭେନ୍ଦୁ କୁମାର ନନ୍ଦ, ଗ୍ରାମ୍ୟ କୃଷି କର୍ମଚାରୀ ବିପିନ କୁମାର ଦଳେଇ, କୃଷି ବୈଷୟିକ ପରିଚାଳକ ଫକୀର ଦଣ୍ଡସେନା, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ କୁମାର ବାଗ, ଅବସରପ୍ରାପ୍ତ ଶିକ୍ଷକ ମନୋହର ବାଗ, ଗୌନ୍ତିଆ ରାଜକିଶୋର ସିଂ ବୁଡ଼େକ ଅତିଥି ଭାବେ ଯୋଗଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଉଦ୍ଧବ ବର୍ଗେ, ତନ୍ତ୍ର ବୁଡ଼େକ, ଖଗେଶ୍ୱର ବୁଡ଼େକ, ହରେକୃଷ୍ଣ ବେହେରା, ତପନ ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ | ଜୈବିକ ଚାଷର ଉପାଦେୟତା, ନାନୋ ସାରର ଗୁଣାତ୍ମକତା, ଚାଷୀଙ୍କ ହିତରେ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନା, ପ୍ରୋତ୍ସାହନ ଆଦି ବିଷୟରେ ଵକ୍ତାଗଣ ବିସ୍ତୃତ ଭାବେ ଉପସ୍ଥିତ ଚାଷୀଙ୍କୁ ବୁଝାଇଥିଲେ | ପୂର୍ବତନ ସମିତି ସଭ୍ୟ ସୁଭାଷ ବୁଡ଼େକ ଅତିଥି ପରିଚୟ ଓ ସାମାଜିକ କର୍ମୀ ପୁରୁଷୋତ୍ତମ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମରେ କରମତଲା ତଥା ଆଖପାଖ ପଞ୍ଚାୟତରୁ ଶତାଧିକ ଚାଷୀ ସାମିଲ ହୋଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.