ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଆନୁକୁଲ୍ୟରେ ଆନ୍ତଃ ମହା ବିଦ୍ୟାଳୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ମ.ରାମପୁର ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏଥିରେ ୧୭ ଗୋଟି ମହାବିଦ୍ୟାଳୟ ଯୋଗ ଦେଇଥିଲେ । ଉଦ୍ଘାଟନୀ ମ୍ୟାଚ୍ରେ ମ.ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା ଯୋଗ ଦେଇଥିବାବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଭୂପିନ୍ଦର ସିଂ ଯୋଗଦେଇ ବିଜୟୀ +୩ କୁଶୁର୍ଲା ମହାବିଦ୍ୟାଳୟ ଓ ଉପ ବିଜେତା ମ.ରାମପୁର ମହା ବିଦ୍ୟାଳୟ ଦଳକୁ ପୁରସ୍କୃତ କରିଥିଲେ । ଖେଳ ପରିଚାଳନା ଯୁଗଳ କିଶୋର ପଧାନ, ଏମ କୁମାର ଖର୍ସେଲ, ତୋଫାନ ଗୌଡିଆ, ସରୋଜ ପଧାନ, ଅଜିତ ନାୟକ, ସ୍କୋରର ଅଧ୍ୟାପକ ବିଜୟ କୁମାର ଭୋଇ, ଧାରା ବିବରଣୀ ଅଧ୍ୟାପକ ସୁମନ୍ତ ମାଝୀ, ଭୂପେନ୍ଦ୍ର ମଙ୍ଗରାଜ ଦେଇଥିବା ବେଳେ ଆଥେଲେଟିକ ଆସୋସିଏସନ୍ ର ଉପ ସଭାପତି ଅଧ୍ୟାପକ ରାମଚନ୍ଦ୍ର ପ୍ରହରାଜ, ସମ୍ପାଦକ ପ୍ରାଧ୍ୟାପକ କଳକୀରାମ ବଗର୍ତ୍ତୀ, ଶୃଙ୍ଖଳା କମିଟିର ମୁଖ୍ୟ ପ୍ରାଧ୍ୟାପକ ତ୍ରିନାଥ ବିଶୋଇ ଓ ମ.ରାମପୁର ମହାବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।





