ବାଇକ ଚୋରି ରାକେଟର ୬ ଅଭିଯୁକ୍ତ ଗିରଫ: ୯ ଟି ବାଇକ୍ ଉଦ୍ଧାର, ତଦନ୍ତ ଜାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ମ.ରାମପୁର ଥାନା ଅଧିନସ୍ଥ ରିଷିଡା ଫାଣ୍ଡି ଅଞ୍ଚଳରେ ଗତ କିଛିମାସ ହେଲା ବାଇକ ଚୋରି ବୃଦ୍ଧି ପାଉଛଥିଲା। ତେବେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ଅନ୍ଯ ସହଯୋଗୀ ୫ ଜଣ ବ୍ୟକ୍ତିଙ୍କୁ ଧରିବାରେ ପୁଲିସ ବେଶ ସଫଳତା ପାଇଛି। ଏଥି ସହିତ ୯ ଟି ବାଇକ୍ ସେମାନଙ୍କ ସୂଚନା କ୍ରମେ ଉଦ୍ଧାର କରାଯାଇଥିବା ଜଣା ଯାଇଛି।ଏନେଇ ରିଷିଡା ଫାଣ୍ଡି ରେ କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝି ଏକ ସାମ୍ବାଦିକ ସମ୍ମିଳନୀ ରେ ବିସ୍ତୃତ ସୂଚନା ଦେଇଛନ୍ତି।ଝାରମୁଣ୍ତା ଗ୍ରାମର ପଦ୍ମମୁଖ ସାହୁଙ୍କର ଗତ ୧୭ ତାରିଖ ସୋମବାର ଦିନ ହିରୋହୋଣ୍ତା ସିଡି ଡିଲକ୍ସ ନଂ (ଓଆର ୦୮ ଜି ୯୩୭୨) ବାଇକ ଚୋରୀ ହୋଇଥିଲା। ଏନେଇ ସେ ରିଷିଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ବାଇକ ଚୋର ବଲାଙ୍ଗୀର ଜିଲ୍ଲା ତୁଷରା ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ରୋହିତ ମହାନନ୍ଦ ଓରଫ ମୁକେଶ ଓରଫ ଲାଲୁଙ୍କୁ ଗିରଫ କରି ବାଇକ ଉଦ୍ଧାର କରିଥିଲେ। ବାଇକ ଚୋରି ରାକେଟକୁ ଧରିବା ପାଇଁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଏନ୍. ଦେବରକୋଣ୍ଡାଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ତତ୍ତ୍ଵାବଧାନରେ ମ.ରାମପୁର ଥାନା ଅଧିକାରୀ ବୀରବର ଭଗତ ଓ ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡିକା ଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ଅଭିଯୁକ୍ତ ରୋହିତକୁ ଧରି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ବାଗବାହାଲି ଗ୍ରାମର ଗୋକୁଳ ସାହୁ, ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଦେଉଲି ଗ୍ରାମର ବାବୁଲା ରଣା, ବାଳଗୋପାଲ ରଣା,ଟିକେଚନ୍ଦ ରଣା ,ଓ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଧୀନ ଜାମୁଟ ଗ୍ରାମ (ଜଗନ୍ନାଥ ବସ୍ତି ପଡ଼ା) ର ଦୟାସାଗର ବିଶିକୁ ଉଠାଇ ଆଣିଥିଲେ। ସେମାନଙ୍କ ସୂଚନା ଆଧାରରେ ୯ ଟି ବାଇକ ଉଦ୍ଧାର କରାଯାଇଥିବା ବେଳେ ତଦନ୍ତଜାରୀ ରହିଥିବା ଏସଡିପିଓ ଶ୍ରୀ ମାଝୀ ସୂଚନା ଦେଇଥିଲେ। ଏହି ସ୍ୱାମାଦିକ ସମ୍ମିଳିନୀରେ ମ.ରାମପୁର ଥାନା ଅଧିକାରୀ ବୀରବର ଭଗତ, ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡିକା, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଉପସ୍ଥିତ ଥିଲେ। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ମ ରାମପୁର ଥାନାରେ କେଶ ନଂ 295 ରେ ଧାରା 303(1), 317(2), 317(4), 3(5)ରେ ମାମଲା ରୁଜୁ ହୋଇଛି। ତେବେ ବାଇକ ଚୋରୀ ସହ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଦେଖିବା ପାଇଁ ଫାଣ୍ଡିରେ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.