ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟରେ ନଭେମ୍ବର ୧୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଆଜି ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ଓ ମୋଟର ଯାନ ନିରୀକ୍ଷକ ଅଜିତ କୁମାର ନାୟକ ଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ରେ ଏକ ସଚେତନତା ରଥ ର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଅଛି । ଏହି ରଥ ୩୦.୧୧.୨୦୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୬ଟି ଯାକ ବ୍ଲକର ପ୍ରତ୍ୟକ ପଞ୍ଚାୟତ ପରିକ୍ରମା କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ସମ୍ବନ୍ଧରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯିବା ସଙ୍ଗେ ପ୍ରଚାର ପତ୍ରିକା ବଣ୍ଟନ କରାଇବା ବ୍ୟବସ୍ଥା କରାଯାଇଛି । ତତସଙ୍ଗେ ଏହି ପକ୍ଷ ଅବସରରେ ଜିଲ୍ଲାର ବିଭିନ୍ନ ହାଇସ୍କୁଲ ଓ କଲେଜରେ ପରିବହନ ଅଧିକାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅୟୋଜନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ଏବଂ ସର୍ବୋପରି ବକେୟା ଚାଲାଣ ଥିବା ଗାଡି ମାନଙ୍କୁ ରିହାତି ଦରରେ କିପରି ଜରିମାନା ପୈଠ କରିବେ ତାହାର ଏକ ସ୍ୱତନ୍ତ୍ର ପ୍ରଚାର ପତ୍ରିକା ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କୁ ବଣ୍ଟନ କରାଯିବା ସହ ଏହାର ସୁଯୋଗ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଏହାକୁ ସୁଦୂର ପ୍ରସାର ପାଇଁ ଜିଲ୍ଲାର ପ୍ରତ୍ୟକ ଜନଗହଳି ରାସ୍ତା, ସମସ୍ତ ବ୍ଲକର ସଦର ମହକୁମାରେ ବ୍ୟାନର ଓ ବସ ମାନଙ୍କରେ ପୋଷ୍ଟର ସଂଲଗ୍ନ କରାଯାଇଛି । ଏହି ଅବସରରେ ଆଞ୍ଚଳିକ ଜିଲ୍ଲା ପରିବହନ ବିଭାଗର କନିଷ୍ଠ ମୋଟର ଯାନ ନିରୀକ୍ଷକ ଦେବବ୍ରତ ପଟ୍ଟା, ଟ୍ରାଫିକ ସବ ଇନ୍ସପେକ୍ଟର ମିସ ପୂଜା ଭେଙ୍ଗରା, ପୁନମ ପଣ୍ଡା, ହିମାଂଶୁ ରଞ୍ଜନ ସାହୁ, ଅଭିନାଶ ଭୂଏ, ମଳୟ ପ୍ରତାପ ପାଣଗ୍ରାହୀ, ଚିତ୍ତରଞ୍ଜନ ଭୋଇ ପ୍ରମୁଖ ଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।





