ସମନ୍ୱିତ ଶିଶୁ ବିକାଶ ବିଭାଗର ନାହିଁ ନିଜସ୍ଵ କାର୍ଯ୍ୟାଳୟ କୋଠା: ବ୍ଲକ ପରିସର ଭିତରେ ଥିବା କୋଠାରେ ଚାଲିଛି କାମ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନାର ନାହିଁ ନିଜସ୍ଵ କୋଠା । ଏ ନେଇ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ବ୍ଲକ ପରିସର ଭିତରେ ଥିବା ଅନ୍ୟ ଏକ କୋଠାରେ ଚାଲିଛି ସମସ୍ତ କାମ | ଏହି କାର୍ଯ୍ୟାଳୟର ଅବସ୍ଥା ଏତେ ଦୟନୀୟ ଯେ ନିତ୍ୟ କାର୍ଯ୍ୟନିର୍ବାହ କରୁଥିବା କର୍ମଚାରୀ ମାନଙ୍କ ସହିତ ଆସୁଥିବା ଲୋକମାନେ ମଧ୍ୟ ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତଥାପି ଆଶ୍ଚର୍ଯ୍ୟର ବିଷୟ ହେଉଛି ନିଜସ୍ୱ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଅର୍ଥ ଆସି ପ୍ରାୟ ପାଞ୍ଚ ବର୍ଷ ହେଲା କିନ୍ତୁ ଏହି ଅର୍ଥକୁ ବ୍ୟବହାର କରାଯାଇ ନାହିଁ । ଅର୍ଥ ଥିବା ସତ୍ତେ କାହିଁକି ନୂଆ କୋଠା ନିର୍ମାଣ ହୋଇ ନାହିଁ ବୋଲି ଲୋକମାନେ ପ୍ରଶ୍ନ ଉଠାଇଛନ୍ତି । ଶିଶୁ କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଏମିତି ଅବସ୍ଥାରେ ଚାଲୁଥିବା ଦେଖି ସ୍ଥାନୀୟଲୋକେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି କରୁଛନ୍ତି।ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାଇ ବିଭାଗର କାର୍ଯ୍ୟରେ ବ୍ୟାଘାତ ରେକର୍ଡ ସଂରକ୍ଷଣରେ ଅସୁବିଧା ଏବଂ ଶିଶୁ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେ ବିଲମ୍ବ ହେଉଛି । ଏବେ ଦାବି ଉଠିଛି କାର୍ଯ୍ୟାଳୟ ନିମନ୍ତେ ଆସିଥିବା ଅର୍ଥକୁ ବ୍ୟବହାର କରି ଶୀଘ୍ର ନିଜସ୍ୱ କୋଠା ନିର୍ମାଣ ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନିଅନ୍ତୁ । ଏ ସଂପର୍କରେ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମମତା ରାଣୀ ଦାସ ଙ୍କୁ ପଚାରିବା ରୁ ସେ କହିଛନ୍ତି ଦୁଇ ହଜାର କୋଡ଼ିଏ ମସିହାରୁ ଟଙ୍କା ଆସିଛି କୈାଣସି କାରଣ ବସତ କାମ ହେଇ ପାରୁନାହିଁ | ଏ ନେଇ କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନିଷା ଦାସ ଙ୍କୁ ପଚାରିବା ରୁ ସେ କହିଛନ୍ତି ଟଙ୍କା ବହୁତ ଆଗରୁ ଆସିଥିଲା ବର୍ତ୍ତମାନ ଟଙ୍କା ଫେରିଯାଇଛି ଆମେ ପୁଣି ଟଙ୍କା ଆସିଲେ ସ୍ଥାନ ଚି଼ହ୍ନଟ ହେଲା ପରେ ଟେଣ୍ଡର ହୋଇ କାମ ଆରମ୍ଭ କରାଯିବ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.