ଖର୍ସେଲବାଞ୍ଜିରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗାଁ ଖେଳ ପଡ଼ିଆରେ ମେରା ଯୁବ ଭାରତ, ବଲାଙ୍ଗୀର ଓ ଜୟ ଲାନ୍ଥେଶ୍ଵର ନାଟ୍ୟ କଳା ପରିଷଦ, ଖର୍ସେଲବାଞ୍ଜିର ମିଳିତ ସହଯୋଗରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏବିଏ ହାଇସ୍କୁଲ, କେନ୍ଦୁଉଡ଼ାରକୁ ହରାଇ ଜି.ପି. ନୋଡାଲ ହାଇସ୍କୁଲ, ଟିକ୍ରାପଡ଼ା ଦଳ ଫୁଟବଲ ଟୁର୍ନାମେଣ୍ଟରେ ଚମ୍ପିୟାନ ହୋଇଥିଲେ | ଭଲିବଲରେ ପିଏଲଵି ସାଇମରାକୁ ପରାସ୍ତ କରି ଜୟ ଲାନ୍ଥେଶ୍ୱର ନାଟ୍ୟ କଳା ପରିଷଦ, ଖର୍ସେଲବାଞ୍ଜି ବିଜୟୀ ହୋଇଥିଲେ | ବେଡ଼ମିଣ୍ଟନରେ ସୁବ୍ରତ ଖମାରୀ, ଶ୍ରୀଓମ ଖମାରୀ, ଶୁଭ୍ରାଂଶୁ ଖମାରୀ ତଥା ସ୍ଲୋ ସାଇକିଲିଂରେ ହିମାଦ୍ରୀ ମଞ୍ଜୁଳା ବଏ, ଅନନ୍ୟା ପ୍ରୀତିରାଣୀ ମାହାର, କରୁଣି ଧରୁଆ ବିଜୟୀ ହୋଇଥିଲେ | ୨୦୦ ମିଟର ଦୌଡ଼ରେ ଟିକୁ ଧରୁଆ, ରୁଲକ ଧରୁଆ, ରଂଜିତ ଦାଶ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ | ପରିଷଦ ସଭାପତି ଘାସିରାମ ଖମାରୀଙ୍କ ଅଧ୍ୟକ୍ଷତା ଓ କୋଷାଧକ୍ଷ ନିମାନନ୍ଦ ଖମାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଏବିଏ ହାଇସ୍କୁଲ, କେନ୍ଦୁଉଡ଼ାରର ଶିକ୍ଷକ ସଞ୍ଜୟ ପଧାନ ମୁଖ୍ୟ ଅତିଥି, ଶିକ୍ଷକ ତ୍ରିଲୋଚନ ବେହେରା, ଜି.ପି. ହାଇସ୍କୁଲ, ଟିକ୍ରାପଡ଼ାର ଖେଳ ଶିକ୍ଷକ ଜିତେନ୍ଦ୍ର ସେଠ, ରେଫରୀ ପରମେ ବଏ, ବିକେଶ ସାହୁ, ବାବୁଲାଲ ମିର୍ଦ୍ଧା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ଓ ଦଳଙ୍କୁ ପୁରସ୍କୃତ କରିଥିଲେ | ଶେଷରେ ସମ୍ପାଦକ ସଦାନନ୍ଦ ମିର୍ଦ୍ଧା ଧନ୍ୟବାଦ ଦେଇଥିଲେ | ଅନିରୁଦ୍ଧ ମହାକୁର, ଶ୍ୟାମ ମିର୍ଦ୍ଧା, ରୁଦ୍ର ଧରୁଆ, ଚିତ୍ରସେନ ଭୋଇଙ୍କ ସମେତ ନାଟ୍ୟ କଳା ପରିଷଦର ସମସ୍ତ ସଦସ୍ୟ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.