ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଓଏସଇଏଫଡ଼ି ପକ୍ଷରୁ ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ

ଓଟିଇଟି ଆବେଦନ ସମସ୍ୟା ସମାଧାନ ପାଇଁ ଅନୁରୋଧ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ପ୍ରଦେଶରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବା ପାଇଁ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ(ଓଏସଇଏଫଡ଼ି) ରାଜ୍ୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ଓ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଅଦମ୍ୟ ପ୍ରଚ଼େଷ୍ଟା ଓ ସଂଘର୍ଷ ୨୦୧୭ ମସିହାରୁ କରିଆସୁଥିଲା, ଏହି ନ୍ୟାର୍ଯ୍ୟ ଦାବିକୁ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ପ୍ରଦାନ କରିଛନ୍ତି ଓ ଓଡ଼ିଶା ସରକାରଙ୍କ ସମର୍ଥନରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବ ବୋଲି ଓସେପା ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝି, ମାନନୀୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସଂଘକୁ ମାର୍ଗଦର୍ଶନ ଦେଇଥିବା ଓଡ଼ିଶା ବିଧାନସଭାର ସମ୍ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଏବଂ ସକ୍ଷମ ସଂଗଠନକୁ ଓଏସଇଏଫଡ଼ି ସଂଘ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛି। ଏହି ଅବସରରେ ଓଡ଼ିଶାର ଅନେକ ଜିଲ୍ଲାର ସଂଘର ନେତୃବୃନ୍ଦ ଆସି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସାକ୍ଷାତ କରି କୃତଜ୍ଞତାର ସହ ଧନ୍ୟବାଦ୍ ଜ୍ଞାପନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। ତତସହିତ ଖୁବଶୀଘ୍ର ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ପ୍ରକାଶ ଏବଂ ଓଟିଇଟି ପେପର ୨ ରେ ଦୁଇବର୍ଷିଆ ସ୍ବତନ୍ତ୍ର ବି.ଇଡ଼ି ଦର୍ଶାଯାଇ ନଥିବାରୁ ଅନେକ ଆଶାୟୀ ଆବେଦନ କରିବାରୁ ବଞ୍ଚିତ ଅଛନ୍ତି,ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ଏହାର ସମାଧାନ ପାଇଁ ମାନ୍ୟବର ମନ୍ତ୍ରୀ ଙ୍କୁ ବିନମ୍ର ଅନୁରୋଧ କରାଯାଇଛି‌। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତିକରଣ କରିବା ପାଇଁ ଲୋକଙ୍କ ସରକାର ଯେଉଁ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଅଭିନନ୍ଦନୀୟ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା, ସଂପାଦକ ଶ୍ରୀ ଆୟୁଷ୍ମାନ ଚୌଧୁରୀ, ଉପସଭାପତି ଶ୍ରୀ ବିଶ୍ବବିଜୟୀ ଦାଶ, କୋଷାଧ୍ୟକ୍ଷ ଶ୍ରୀ ଅଭିଷେକ ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦିକା ଆର୍ଷି ଉପାସନା କର, ସହ-କୋଷାଧ୍ୟକ ଶ୍ରୀ ପ୍ରିୟବ୍ରତ ରାଉତଙ୍କ ସମେତ ସମସ୍ତ ଜିଲ୍ଲାର ନେତୃମଣ୍ଡଳୀ ମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.