ଧର୍ମଗଡ଼ ଉପଖଣ୍ଡ ବାରିକ ସମିତି ବୈଠକ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଧର୍ମଗଡ଼ ଉପଖଣ୍ଡ ବାରିକ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କଲମପୁର କାଳୀ କୃଷ୍ଣ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ସଭାରେ ଦିଲ୍ଲୀପ କୁମାର ବାରିକ ସଭାପତିତ୍ୱ କରିଥିଲେ। ସମାଜରେ ଶୃଙ୍ଖଳାବଦ୍ଧ ଗଠନ ଓ ସଂଗଟନ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଠକରେ ଚର୍ଚ୍ଚା ହୋଇଥିଲା। ଗୋଲାମୁଣ୍ଡା ବ୍ଲକ ସଭାପତି ଅସୁସ୍ଥ ଥିବାରୁ ସଭାରେ ତାଙ୍କର ଶୀଘ୍ର ସୁସ୍ଥତା କାମନା କରାଗଲା। ଏହା ସହିତ କୋକସରା ବ୍ଲକ ଅନ୍ତର୍ଗତ ଚଲିଗୁଡା ଗ୍ରାମର ରାଧେଶ୍ୟାମ ବାରିକ ନେପାଳର କାଠମାଣ୍ଡୁରେ ଆୟୋଜିତ ଆନ୍ତର୍ଜାତିକ ଚିତ୍ରକଳା ପ୍ରତିଯୋଗିତାରେ ଯୋଗଦାନ କରି ସମ୍ମାନିତ ହେବାରୁ ସଭାପକ୍ଷରୁ ତାଙ୍କୁ ଅଭିନନ୍ଦନ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା ଜଣାଯାଇଥିଲା। ବୈଠକରେ ଧର୍ମଗଡ଼ ସମ୍ପାଦକ ଦିଲ୍ଳୀପ ବାରିକ, କୋଷାଧ୍ୟକ୍ଷ ମନୋରଞ୍ଜନ ବାରିକ, ଜୁନାଗଡ଼ ସଭାପତି ଚିତ୍ତରଞ୍ଜନ ବାରିକ, ପ୍ରତାପ ବାରିକ, ନିଳାମ୍ବର ବାରିକ, ଭୋଳାନାଥ ଠାକୁର, ଯୁଗଳ କିଶୋର ବାରିକ, ଗଣେଶ ବାରିକ, ରଞ୍ଜନ ବାରିକ, ରାଜା ବାରିକ, ନେପାଳ ବାରିକ, ମୁନା ସେନ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.